ଓଡ଼ିଶା ସହିତ ଯୋଡ଼ି ହେବାକୁ ମୋଦିଙ୍କ ଅଭିନବ ଉଦ୍ୟମ: ପର୍ବପର୍ବାଣୀରେ ଜଣାଉଛନ୍ତି ଶୁଭେଚ୍ଛା, ରାସ୍ତାଘାଟରେ ଅନ୍ୟନ୍ୟାଙ୍କ ସହ ତାଙ୍କର ହୋର୍ଡିଂ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ସହ ସମ୍ପର୍କ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଉଦ୍ୟମ। କେନ୍ଦ୍ର କେତେ ଅନୁଦାନ ଦେଇଛି, ରାଜ୍ୟ ପାଇଁ କ’ଣ ରହିଛି ମୋଦି ସରକାରଙ୍କ ପ୍ରାଥମିକତା- କେବଳ ଏଗୁଡ଼ିକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ପ୍ରୟାସ କରୁନାହାନ୍ତି ସେ ଓ ତାଙ୍କ ଦଳ। ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣୀରେ ଟୁଇଟ୍ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏବେ ଇଣ୍ଡିଆନ୍ ଆଇଡଲ୍ ଗାର୍ଲ ଅନନ୍ୟାଙ୍କ ସହ ମୋଦିଙ୍କ ହୋର୍ଡିଂକୁ […]

modi

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 03:08 PM IST

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ସହ ସମ୍ପର୍କ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଉଦ୍ୟମ। କେନ୍ଦ୍ର କେତେ ଅନୁଦାନ ଦେଇଛି, ରାଜ୍ୟ ପାଇଁ କ’ଣ ରହିଛି ମୋଦି ସରକାରଙ୍କ ପ୍ରାଥମିକତା- କେବଳ ଏଗୁଡ଼ିକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ପ୍ରୟାସ କରୁନାହାନ୍ତି ସେ ଓ ତାଙ୍କ ଦଳ। ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣୀରେ ଟୁଇଟ୍ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏବେ ଇଣ୍ଡିଆନ୍ ଆଇଡଲ୍ ଗାର୍ଲ ଅନନ୍ୟାଙ୍କ ସହ ମୋଦିଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାଜଧାନୀରେ ଲାଗିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରାଟ ବିରାଟ ହୋର୍ଡିଂ। ସାଙ୍ଗରେ ଅଛି ଇଣ୍ଡିଆନ୍ ଆଇଡଲ୍ ଜୁନିୟର  ଟାଇଟଲ ବିଜେତା ଓଡ଼ିଆ ଝିଅ ଅନନ୍ୟାଙ୍କ ଫଟୋ। କେବଳ ଗୋଟିଏ ସ୍ଥାନ ନୁହେଁ, ଭୁବନେଶ୍ୱରର ଅନେକ ଜନଗହଳିପୂର୍ଣ୍ଣ ଛକରେ ଲାଗିଛି ଏମିତି ହୋର୍ଡିଂ। ଇଣ୍ଡିଆନ୍ ଆଇଡଲ୍ ଟାଇଟଲ ଜିତିବା ପରେ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିଥିଲେ ଅନନ୍ୟା। ଏବେ ଅନନ୍ୟାଙ୍କ ମାଧ୍ୟମରେ ଓଡ଼ିଶାବାସୀଙ୍କ ନୂଆ ସମ୍ପର୍କ ଯୋଡିବା ପାଇଁ ମୋଦିଙ୍କ ଉଦ୍ୟମକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ରଜ, ନବକଳେବର ଓ ନୂଆଖାଇରେ ମଧ୍ୟ ଟ୍ୱିଟ୍ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ। ନବକଳେବର ସମୟରେ ମୋଦିଙ୍କ ହୋର୍ଡିଂ ବି ଲାଗିଥିଲା। ଯାହା ଜଣାପଡୁଛି ଏବେ କେବଳ ରାଜନୈତିକ ପ୍ରସଙ୍ଗ ନୁହେଁ, ଅନୁଦାନ ଏବଂ ଆର୍ଥିକ ସହାୟତା ନୁହେଁ, ସାଂସ୍କୃତିକ ଓ ଧାର୍ମିକ ଭାବନାକୁ ନେଇ ଓଡ଼ିଶାବାସୀଙ୍କ ସହିତ ଯୋଡି ହେବା ପାଇଁ ପ୍ରୟାସ କରୁଛନ୍ତି  ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟାଇଟଲ ଜିତି ଓଡ଼ିଶା ଫେରିବା ପରେ ଅନ୍ୟନ୍ୟାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଭେଟିଥିଲେ। ଏବେ ଏସବୁକୁ ନେଇ କଳାକାର ଓ ସଂସ୍କୃତିପ୍ରେମୀଙ୍କ ମହଲରେ ବି ଖୁସି ପ୍ରକାଶ ପାଇଛି। ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚିବା ପାଇଁ ମୋଦିଙ୍କ ନୂଆ ଫମୁର୍ଲା କେତେ ପ୍ରଭାବଶାଳୀ ହେଉଛି ତା ଉପରେ ନଜର।

Related story