ଭବାନୀପାଟଣାରେ ମୁରଲୀ ମନୋହର ଯୋଶୀଙ୍କୁ ମନେ ପକାଇଲେ ମୋଦି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଦଳର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବା ଅବସରରେ ବରିଷ୍ଠ ନେତା ଡ. ମୁରଲୀ ମନୋହର ଯୋଶୀଙ୍କୁ ମନେ ପକାଇଥିଲେ। କାରଣ ତାଙ୍କ ସହିତ ସେ ପ୍ରଥମେ କଳାହାଣ୍ଡି ଆସିଥିଲେ। ଏହା ହେଉଛି ୧୯୯୨ ମସିହାର କଥା ଯେତେବେଳେ ମୁରଲୀ ମନୋହର ଯୋଶୀ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ଓ ଆତଙ୍କବାଦୀଙ୍କ ଧମକକୁ ଚ୍ୟାଲେଞ୍ଜ ଦେଇ କନ୍ୟାକୁମାରୀରୁ କଶ୍ମୀର ଯାଏ ‘ଏକତା ଯାତ୍ରା’ […]

modi1

modi1

Jitendra Garnayak
  • Published: Tuesday, 02 April 2019
  • Updated: 02 April 2019, 02:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଦଳର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବା ଅବସରରେ ବରିଷ୍ଠ ନେତା ଡ. ମୁରଲୀ ମନୋହର ଯୋଶୀଙ୍କୁ ମନେ ପକାଇଥିଲେ। କାରଣ ତାଙ୍କ ସହିତ ସେ ପ୍ରଥମେ କଳାହାଣ୍ଡି ଆସିଥିଲେ। ଏହା ହେଉଛି ୧୯୯୨ ମସିହାର କଥା ଯେତେବେଳେ ମୁରଲୀ ମନୋହର ଯୋଶୀ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ଓ ଆତଙ୍କବାଦୀଙ୍କ ଧମକକୁ ଚ୍ୟାଲେଞ୍ଜ ଦେଇ କନ୍ୟାକୁମାରୀରୁ କଶ୍ମୀର ଯାଏ ‘ଏକତା ଯାତ୍ରା’ କରି ଶ୍ରୀନଗରର ଲାଲ୍‌ ଚୌକରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ସେହି ‘ଏକତା ଯାତ୍ରା’ ବେଳେ ମୋଦି ତାଙ୍କ ସହିତ କଳାହାଣ୍ଡି ଆସିଥିଲେ।

ସେ ସମୟର କଥାକୁ ସ୍ମରଣ କରି ମୋଦି କହିଥିଲେ,“ଆଜି କଳାହାଣ୍ଡି ଆସିବା ପରେ ସବୁ ପୁରୁଣା ସ୍ମୃତି ତାଜା ହୋଇଯାଇଛି। ଯେତେବେଳେ ମୁଁ ଡ. ମୁରଲୀ ମନୋହର ଯୋଶୀଙ୍କ ସହିତ ଏଠାକୁ ଆସିଥିଲି ଆମକୁ ଜୋରଦାର ସ୍ୱାଗତ କରାଯାଇଥିଲା। ଆଜି ପର୍ଯ୍ୟନ୍ତ କଳାହାଣ୍ଡିବାସୀଙ୍କ ସେ ସ୍ୱାଗତ ଓ ସମ୍ମାନକୁ ମୁଁ ଭୁଲି ପାରିନି।”

ଏହି ଅବସରରେ ସେ ଡ. ମୁରଲୀ ମନୋହର ଯୋଶୀ ସଂପର୍କରେ ବି କିଛି କଥା କହିଥିଲେ। ମୋଦି କହିଥିଲେ, ଡ. ଯୋଶୀ ଆତଙ୍କବାଦୀଙ୍କ ଧମକକୁ ଖାତିର ନ କରି ଏକତା ଯାତ୍ରା କରିଥିଲେ ଓ ଲାଲ୍ ଚୌକ୍‌ରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ଯାତ୍ରା ପାଇଁ ସେ ମୋତେ ସେବକ ଭାବେ ବାଛିଥିଲେ ଓ ଯାତ୍ରା ପାଇଁ ସବୁ ବ୍ୟବସ୍ଥା କରିବାକୁ କହିଥିଲେ। ମୁଁ ତାଙ୍କ ନିକଟରେ କୃତଜ୍ଞ ଯେ ତାଙ୍କରି ପାଇଁ ମୋତେ ପୂରା ଦେଶ ବୁଲିବାର ସୁଯୋଗ ମିଳିଲା। ସେ ସେତେବେଳେ ଏକତା ଯାତ୍ରା କରି ଦେଶରେ ଦେଶଭକ୍ତିର ଏକ ବାତାବରଣ ସୃଷ୍ଟି କରିଥିଲେ।

[caption id="attachment_362293" align="aligncenter" width="700"]modi123 ଲାଲ ଚୌକରେ ଡ. ଯୋଶୀଙ୍କ ସହିତ ମୋଦି[/caption]

ସୂଚନାଯୋଗ୍ୟ, ଆତଙ୍କବାଦୀମାନେ ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇଥିଲେ। ଏହା ସତ୍ତ୍ୱେ ଡ. ମୁରଲୀ ମନୋହର ଯୋଶୀ ଏକତା ଯାତ୍ରା ବାହାର କରିଥିଲେ ଓ ୧୯୯୨ ମସିହା ୨୬ ତାରିଖରେ ଲାଲ୍‌ ଚୌକ୍‌ରେ ତ୍ରିରଙ୍ଗା ଉଡ଼ାଇଥିଲେ। ତାଙ୍କ ସହିତ ମୋଦି ବି ଉପସ୍ଥିତ ଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଡ. ଯୋଶୀ ମାତ୍ର ୧୫ ମିନିଟ୍ ମଧ୍ୟରେ ସେଠାରେ ତ୍ରିରଙ୍ଗା ଉଡ଼ାଇଥିଲେ। ପୂରା ଲାଲ୍ ଚୌକ ସେଦିନ ଯୁଦ୍ଧକ୍ଷେତ୍ର ସଦୃଶ ଦେଖାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story