ବରଗଡ଼: ମୋଦିଙ୍କ ଚାଷୀ ସମାବେଶ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ବରଗଡ଼: ଆସନ୍ତା ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବରଗଡ଼ରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏ ନେଇ ରବିବାର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାବେଶ ସ୍ଥଳ ଅନୁଧ୍ୟାନ କରିଛନ୍ତି। ଗତକାଲି ସମାବେଶ ପଡ଼ିଆରେ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ପୂଜାର୍ଚ୍ଚନା ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପତାକା ଦେଖାଇ ପ୍ରଚାର ଗାଡିର ଶୁଭାରମ୍ଭ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପଡ଼ିଆକୁ ସନ୍ଧାନୀକୁକୁର ସହ ପୋଲିସ ଜଗି ରହିଛନ୍ତି। ଆସନ୍ତା ୨୧ […]

baragaga

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 03:29 PM IST

ବରଗଡ଼: ଆସନ୍ତା ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବରଗଡ଼ରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏ ନେଇ ରବିବାର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାବେଶ ସ୍ଥଳ ଅନୁଧ୍ୟାନ କରିଛନ୍ତି। ଗତକାଲି ସମାବେଶ ପଡ଼ିଆରେ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ପୂଜାର୍ଚ୍ଚନା ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପତାକା ଦେଖାଇ ପ୍ରଚାର ଗାଡିର ଶୁଭାରମ୍ଭ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପଡ଼ିଆକୁ ସନ୍ଧାନୀକୁକୁର ସହ ପୋଲିସ ଜଗି ରହିଛନ୍ତି। ଆସନ୍ତା ୨୧ ତାରିଖରେ ବିଜେପି ପକ୍ଷରୁ ବରଗଡ଼ରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୋଦି ଉଦବୋଧନ ଦେବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଫୋକସ୍‌ରେ ରହିବ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଫସଲ ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନା। ସେହିଭଳି ଓଡ଼ିଶାକୁ କେନ୍ଦ୍ର ଦେଇଥିବା ୮୧୫ କୋଟି ଟଙ୍କାର ମରୁଡ଼ି ସହାୟତା ଉପରେ ମଧ୍ୟ ବାର୍ତ୍ତା ରହିବ। ଚାଷୀଙ୍କ ସହିତ ମୋଦି ସରକାର ରହିଛି ବୋଲି ସମାବେଶରେ ବାର୍ତ୍ତା ଦିଆଯିବ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଚାଷୀ ସମାବେଶ ପୂର୍ବରୁ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ବଲାଙ୍ଗିର ଗସ୍ତରେ ଯିବେ। ଯଦିଓ ଏହା ତାଙ୍କର ସରକାରୀ କାର୍ଯ୍ୟକ୍ରମ ତଥାପି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏହାକୁ ବିଜେଡିର କାଉଣ୍ଟର୍ ସମାବେଶ ବୋଲି କୁହାଯାଉଛି। ଦୁଇ ଜିଲ୍ଲାରେ ଜଳସେଚନ ପ୍ରକଳ୍ପର ଭିତ୍‌ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ତେବେ ସଭାସ୍ଥଳରେ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ଚାଷୀଙ୍କ ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି ସେନେଇ ତଥ୍ୟ ରଖିବେ ମୁଖ୍ୟମନ୍ତ୍ରୀ।

ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବ ଅବସରରେ ମୁହାଁମୁହିଁ ହେବା ପରେ ଏବେ ବିଜେଡି ଓ ବିଜେପି ଚାଷୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

Related story