ଜୁଲାଇରେ ୪ରେ ମୋହନା ବନ୍ଦ

ମୋହନା(ମିହିର ଜତି): ବିଭିନ୍ନ ଦାବିରେ ମୋହନା ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତା ଜୁଲାଇ ୪ ତାରିଖରେ ମୋହନା ବନ୍ଦ ଡାକରା ଦିଆଯାଇଛି। ୩୯ଟି ପଞ୍ଚାୟତ ସମେତ କନ୍ଧମାଳ ଓ ରାୟଗଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମ ପାଇଁ ମୋହନା ହେଉଛି କେନ୍ଦ୍ରସ୍ଥଳୀ। ପ୍ରତିଦିନ ଏଠାକୁ ହଜାର ହଜାର ଲୋକେ ଆସୁଥିବା ବେଳେ ଯାତ୍ରୀମାନଙ୍କ ପାଇଁ ବସଷ୍ଟାଣ୍ଡ କି ଶୌଚାଳୟ ନଥିବାରୁ ସେମାନେ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ଖରା ହେଉକି ବର୍ଷା ଘଣ୍ଟା ଘଣ୍ଟା ଧରି ଯାତ୍ରୀମାନଙ୍କୁ ରାସ୍ତା […]

mohana

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 09:14 AM IST

ମୋହନା(ମିହିର ଜତି): ବିଭିନ୍ନ ଦାବିରେ ମୋହନା ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତା ଜୁଲାଇ ୪ ତାରିଖରେ ମୋହନା ବନ୍ଦ ଡାକରା ଦିଆଯାଇଛି। ୩୯ଟି ପଞ୍ଚାୟତ ସମେତ କନ୍ଧମାଳ ଓ ରାୟଗଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମ ପାଇଁ ମୋହନା ହେଉଛି କେନ୍ଦ୍ରସ୍ଥଳୀ। ପ୍ରତିଦିନ ଏଠାକୁ ହଜାର ହଜାର ଲୋକେ ଆସୁଥିବା ବେଳେ ଯାତ୍ରୀମାନଙ୍କ ପାଇଁ ବସଷ୍ଟାଣ୍ଡ କି ଶୌଚାଳୟ ନଥିବାରୁ ସେମାନେ ନାହିଁ ନଥିବା ହଇରାଣ ଭୋଗୁଛନ୍ତି। ଖରା ହେଉକି ବର୍ଷା ଘଣ୍ଟା ଘଣ୍ଟା ଧରି ଯାତ୍ରୀମାନଙ୍କୁ ରାସ୍ତା ପାର୍ଶ୍ୱରେ ଠିଆ ହେବାକୁ ପଡୁଛି। ବସଷ୍ଟାଣ୍ଡ ନଥିବାରୁ ବସ୍‌ଗୁଡିକ ରାସ୍ତା ପାର୍ଶ୍ୱରେ ପାର୍କିଂ କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଛି। ଏହାସହ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ମୋହନା କଲେଜଠାରୁ ବଜାର ଓ ବ୍ୟାଙ୍କ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଷ୍ଟ୍ରିଟ‌ ଲାଇଟ‌ ସଂଯୋଗୀ କରଣ କରାଯାଇନଥିବାରୁ  ରାତିରେ ଜନସାଧାରଣ ଅସୁରକ୍ଷିତ ମଣୁଛନ୍ତି।

ଏନେଇ ବାରମ୍ୱାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନନେବା ପରେ ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା ପରିଷଦ କହିଛି।

ଅନ୍ୟପକ୍ଷରେ ମୋହନାର ବିକାଶ ସହ ଶୌଚାଳୟ ଓ ଷ୍ଟ୍ରିଟ ଲାଇଟ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଡିଓ ବଂଶୀଧର ଖୋସଲା କହିଛନ୍ତି।

Related story