୬ କର୍ମଚାରୀ ପଜିଟିଭ, ମୋହନା ଡାକ୍ତରଖାନା ବନ୍ଦ

ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛଅ ଜଣ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଆଜି ସକାଳୁ ୨୪ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ଏହି ମେଡିକାଲକୁ ସିଲ୍‌ କରି ଦିଆଯାଇଛି। ମେଡିକାଲର ଦୁଇ ଜଣ ଷ୍ଟାଫ ନର୍ସ, ଜଣେ ଆଟେଣ୍ଡାଣ୍ଟ, ଏଲ୍ଏ‌ଚବି, କୋଭିଡ ଲ୍ୟାବ୍‌ ଟେକ୍ନିସିଆନ ଓ ଭିଏସ କ୍ଲର୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଦୁଇ ଷ୍ଟାଫ ନର୍ସଙ୍କ ଛୁଆମାନେ ମଧ୍ୟ କରୋନାରେ […]

Mohana Medical

Tapaswini Nayak
  • Published: Thursday, 13 January 2022
  • , Updated: 13 January 2022, 12:21 PM IST

ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛଅ ଜଣ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଆଜି ସକାଳୁ ୨୪ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ଏହି ମେଡିକାଲକୁ ସିଲ୍‌ କରି ଦିଆଯାଇଛି।

ମେଡିକାଲର ଦୁଇ ଜଣ ଷ୍ଟାଫ ନର୍ସ, ଜଣେ ଆଟେଣ୍ଡାଣ୍ଟ, ଏଲ୍ଏ‌ଚବି, କୋଭିଡ ଲ୍ୟାବ୍‌ ଟେକ୍ନିସିଆନ ଓ ଭିଏସ କ୍ଲର୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଦୁଇ ଷ୍ଟାଫ ନର୍ସଙ୍କ ଛୁଆମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ମେଡିକାଲକୁ ସିଲ୍‌ କରିବା ସହ ସାନିଟାଇଜ କରାଯାଇଛି। ମେଡିକାଲ ପରିସର ଚାଲିଥିବା କୋଭିଡ ଟିକାକରଣ କେନ୍ଦ୍ରକୁ ମଧ୍ୟ ବନ୍ଦ କରି ଦିଆଯାଇଛି। କୋଭିଡ ଟିକାକରଣ କେନ୍ଦ୍ରକୁ ସ୍ଥାନୀୟ କଲ୍ୟାଣମଣ୍ଡପକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନାକୁ ଆସୁଥିବା ଗୁରୁତର ରୋଗୀଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଡେଇଁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ଅଛନ୍ତି।

 

Related story