IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ୮ ଜିଲ୍ଲାପାଳ, କିଏ କୁଆଡ଼େ ଗଲେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରସ୍ତୁତି ପୂର୍ବରୁ ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଆଜି ସନ୍ଧ୍ୟାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କଟକ, ପୁରୀ, ବୌଦ୍ଧ, ଦେବଗଡ଼, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର,କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିବର୍ତ୍ତନ କରାଯାଇଛି। ଏହା ସହିତ ମୋଟ ୨୦ଜଣ ଅଫିସରଙ୍କୁ ବଦଳି ଓ ୩ଜଣ ଅଫିସରଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ବିଜ୍ଞପ୍ତି ଅନୁସାରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ କଟକ ଜିଲ୍ଲାପାଳ […]

odisha-secretariat

Ordigital Desk
  • Published: Friday, 03 August 2018
  • , Updated: 03 August 2018, 10:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରସ୍ତୁତି ପୂର୍ବରୁ ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଆଜି ସନ୍ଧ୍ୟାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କଟକ, ପୁରୀ, ବୌଦ୍ଧ, ଦେବଗଡ଼, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର,କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିବର୍ତ୍ତନ କରାଯାଇଛି। ଏହା ସହିତ ମୋଟ ୨୦ଜଣ ଅଫିସରଙ୍କୁ ବଦଳି ଓ ୩ଜଣ ଅଫିସରଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ବିଜ୍ଞପ୍ତି ଅନୁସାରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ କଟକ ଜିଲ୍ଲାପାଳ ଭାବେ ଓ  କଟକରେ ଥିବା ସୁଶାନ୍ତ ମହାପାତ୍ରଙ୍କୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ପୁରୀ ଜିଲ୍ଲାପାଳ ଭାବେ ଜ୍ୟୋତିପ୍ରକାଶ ଦାସ, ବୌଦ୍ଧ ଜିଲ୍ଲାପାଳ ଭାବେ ସୀତାଂଶୁ କୁମାର ରାଉତ,  ଗଞ୍ଜାମ ଜିଲ୍ଲାପାଳ ଭାବେ କୁଲଙ୍ଗା ବିଜୟ ଅମୃତ, କଳାହାଣ୍ଡି ଜିଲ୍ଲାପାଳ ଭାବେ ଡଃ ଗାଭିଲ୍ ପରାଗ ହର୍ଷଦ, ଦେବଗଡ଼ ଜିଲ୍ଲାପାଳ ଭାବେ ସୁଧାଂଶୁମୋହନ ସାମଲ, ସୁବର୍ଣ୍ଣପୁର ଜିଳ୍ଲାପାଳ ଭାବେ ମଧୁସୂଦନ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଦାଶରଥୀ ଶତପଥୀଙ୍କୁ ବଦଳି କରାଯାଇଛି।

ସେହିପରି ଗଞ୍ଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଂଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଳ୍ଲାପାଳ ଜି.ରେଘୁଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଭାବେ ଅବସ୍ଥାପିତ କରାଯାଇଛି।

ପର୍ଯ୍ୟଟନ ନିର୍ଦ୍ଦେଶକ ନୀତିନ ଜାୱଲେଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଓ  ପାଟିଲ ରାଜେଶ ପ୍ରଭାକରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ସେହିପରି ଡି.ଭି.ସ୍ୱାମୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ, ଏସ୍.ଏନ୍.ଗିରିଶଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ, ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ସମ୍ବଲପୁର ଆରଡିସି ଓ ଅତିରିକ୍ତ ଦାୟିତ୍ୱ ଭାବେ କେନ୍ଦ୍ରାଂଚଳ ଆରଡିସି, ଶ୍ରୀକାନ୍ତ ପୃଷ୍ଟିଙ୍କୁ ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ଅତିରିକ୍ତ ସଚିବ, ମତ୍ସ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ  ଅତିରିକ୍ତ ଭାବେ ପଶୁପାଳନ ଓ ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି।

ଏମ୍.ମୁଥୁକୁମାରଙ୍କୁ କୃଷି ନିର୍ଦ୍ଦେଶକ ସହ ଉଦ୍ୟାନକୃଷି ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ, ବିଜୟ କେତନ ଉପାଧ୍ୟାୟଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ସଚିବ, ଅଞ୍ଜନ କୁମାର ମାଣିକଙ୍କୁ ଶ୍ରମ କମିଶନର ଓ ନୀଳଗିରି ଉପଜିଲ୍ଲାପାଳ ଆବୋଲି ସୁନୀଲ ନର୍ଭାଣେଙ୍କୁ ନୀଳଗିରି ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

Related story