ଏସ୍‌ଆଇଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା କନଷ୍ଟେବଳ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଣି ଖାକିରେ ଲାଗିଲା ଦାଗ। ରାଉରକେଲା ଅବକାରୀ ବିଭାଗରେ କାର୍ଯ୍ୟରତ ଜଣେ ଏସଆଇ ଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ଏକ୍ସସାଇଜ ଏଏସଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ରାଉରକେଲା ଅବକାରୀ ବିଭାଗ ଅଫିସର ଜଣେ ମହିଳା କନଷ୍ଟେବଳ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗତ ୫ ମାସରୁ ଅଧିକ ସମୟ ହେଲା ଏସଆଇ ସୂର୍ଯ୍ୟନାରାୟଣ ତାଙ୍କୁ ଅସଦାଚରଣ କରିଆସୁଥିଲେ । ହେଲେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର […]

321

Tapas Behera
  • Published: Sunday, 22 September 2019
  • , Updated: 22 September 2019, 04:30 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଣି ଖାକିରେ ଲାଗିଲା ଦାଗ। ରାଉରକେଲା ଅବକାରୀ ବିଭାଗରେ କାର୍ଯ୍ୟରତ ଜଣେ ଏସଆଇ ଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ଏକ୍ସସାଇଜ ଏଏସଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ରାଉରକେଲା ଅବକାରୀ ବିଭାଗ ଅଫିସର ଜଣେ ମହିଳା କନଷ୍ଟେବଳ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗତ ୫ ମାସରୁ ଅଧିକ ସମୟ ହେଲା ଏସଆଇ ସୂର୍ଯ୍ୟନାରାୟଣ ତାଙ୍କୁ ଅସଦାଚରଣ କରିଆସୁଥିଲେ । ହେଲେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ନ୍ୟାୟ ମିଳି ନଥିଲା। ଫଳରେ ବାଧ୍ୟ ହୋଇ ଆଜି ସେ ରାଉରକେଲା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ଅବକାରୀ ବିଭାଗ ଏଏସଆଇଙ୍କ ପ୍ରତିକ୍ରିୟା ମିଳିପାରିନି।

Related story