ଦାନା ବାନ୍ଧୁଛି ଲଘୁଚାପ, ୧୧ ସୁଦ୍ଧା ଓଡ଼ିଶାରେ ମୌସୁମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ଓ ଏହାର ସଂଲଗ୍ନ ବଙ୍ଗୋପ ସାଗରରେ ଜୁନ ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଆଜି ଏଭଳି ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପାଣିପାଗ କେନ୍ଦ୍ର। ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ପୂର୍ବ ଭାରତରେ ପ୍ରବେଶ କରାଇବାରେ ସହାୟକ ହେବ ବୋଲି କହିଛନ୍ତି […]

heavy-rain

Manoranjan Sial
  • Published: Tuesday, 02 June 2020
  • , Updated: 02 June 2020, 07:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ଓ ଏହାର ସଂଲଗ୍ନ ବଙ୍ଗୋପ ସାଗରରେ ଜୁନ ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଆଜି ଏଭଳି ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପାଣିପାଗ କେନ୍ଦ୍ର। ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ପୂର୍ବ ଭାରତରେ ପ୍ରବେଶ କରାଇବାରେ ସହାୟକ ହେବ ବୋଲି କହିଛନ୍ତି ସୋଆ ପାଣିପାଗ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ।

ଦକ୍ଷିଣ-ପୂର୍ବ ଓ ଏହାର ସଂଲଗ୍ନ ପୂର୍ବ ମଧ୍ୟମ ଆରବସାଗରରେ ଲଘୁଚାପ ଘନୀଭୂତ ହୋଇଥିବା ବେଳେ ମଙ୍ଗଳବାର ସକାଳ ସାଢ଼େ ୮ ଟା ସୁଦ୍ଧା ଏହା ଦକ୍ଷିଣ-ପଶ୍ଚିମ ମୁମ୍ୱାଇଠାରୁ ୪୫୦ କିମି ଦୂରରେ ଅବସ୍ଥିତ ରହି ଗଭୀର ଅବପାତର ରୂପ ନେଇଛି। ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ବୁଧବାର ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଡ. ସାହୁ କହିଛନ୍ତି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ମଙ୍ଗଳବାରରୁ ଗୁରୁବାର ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ପରେ ମଧ୍ୟ ଭାରତ ମୁହାଁ ହେବ। ସେହି ସ୍ଥାନମାନଙ୍କରେ ମଙ୍ଗଳବାରରୁ ଶୁକ୍ରବାର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ଡ. ସାହୁ କହିଛନ୍ତି।

Related story