ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ
- Published: Tuesday, 04 September 2018
- , Updated: 04 September 2018, 04:36 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ୧୧ଟି ସରକାରୀ କାର୍ଯ୍ୟଦିବସ ଅଛି। ଅଧିବେଶନର ପ୍ରଥମ ଦିନରେ ଆଜି ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ। ଆସନ୍ତାକାଲି ଅତିରିକ୍ତ ବଜେଟ୍ ଓ ୬ ତାରିଖରେ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ଆଗତ ହେବ।</p>
<p>ବିଧାନସଭା ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଦୁର୍ନୀତି, ମହିଳା ନିର୍ଯାତନା, ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ଅଘୋଷିତ ବିଜୁଳି କାଟ ସାଙ୍ଗକୁ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନ ହେବା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି।</p>
<p>ସେହିପରି ଗୁରୁପ୍ରିୟା ଦୁର୍ନୀତି, ବେକାରୀ ସମସ୍ୟା, ଲୋକପାଳ ନିଯୁକ୍ତି ପ୍ରସଙ୍ଗ ସହ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ ଓ ବିଧାନ ପରିଷଦ ଗଠନ ପ୍ରସ୍ତାବ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବ କଂଗ୍ରେସ।</p>