ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୨୯ରେ କେରଳ ଛୁଇଁବ, ୧୦ ଦିନ ପରେ ଓଡ଼ିଶାରେ ବର୍ଷିବ

ନୂଆଦିଲ୍ଲୀ: ଆସନ୍ତା ୨୯ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।  ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ନିର୍ଦ୍ଧାରିତ ତାରିଖ ଦିନେ କି ଦୁଇଦିନ ପୂର୍ବରୁ ଅଥବା ପରେ ମୌସୁମୀ ଆସିପାରେ ବୋଲି ମଧ୍ୟ ବିଭାଗ ସୂଚିତ କରିଛି। କେରଳରେ ମୌସୁମୀ ପହଞ୍ଚିବାର ୧୦ ଦିନ ପରେ ଏହା ଓଡିଶା ଉପକୂଳ ଛୁଇଁବ। ଚଳିତ ବର୍ଷ ସ୍ୱାଭାବିକ୍‌ ସମୟ ପୂର୍ବରୁ ମୌସୁମୀ ଆସୁଛି। ମେ ୨୩ ତାରିଖରେ ଏହା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ […]

mo

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 07:24 PM IST

ନୂଆଦିଲ୍ଲୀ: ଆସନ୍ତା ୨୯ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।  ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ନିର୍ଦ୍ଧାରିତ ତାରିଖ ଦିନେ କି ଦୁଇଦିନ ପୂର୍ବରୁ ଅଥବା ପରେ ମୌସୁମୀ ଆସିପାରେ ବୋଲି ମଧ୍ୟ ବିଭାଗ ସୂଚିତ କରିଛି। କେରଳରେ ମୌସୁମୀ ପହଞ୍ଚିବାର ୧୦ ଦିନ ପରେ ଏହା ଓଡିଶା ଉପକୂଳ ଛୁଇଁବ।

ଚଳିତ ବର୍ଷ ସ୍ୱାଭାବିକ୍‌ ସମୟ ପୂର୍ବରୁ ମୌସୁମୀ ଆସୁଛି। ମେ ୨୩ ତାରିଖରେ ଏହା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ। ୨୦୧୭ ମେ  ୩୦ ରେ ମୌସୁମୀ କେରଳ ଛୁଇଁଥିଲା । କିନ୍ତୁ ୨୦୧୬ରେ ଏହା ୯ ଦିନ ବିଳମ୍ବରେ ଅର୍ଥାତ ଜୁନ ମାସ ୮ ତାରିଖରରେ ପହଞ୍ଚିଥିଲା । ଏଥର ସ୍ୱଭାବିକ ମୌସୁମୀ ଆସୁଥିବାରୁ ଏହା ନିଶ୍ଚିତ ଭାବେ ଚାଷୀମାନଙ୍କ ଲାଗି ଖୁସି ଖବର ବୋଲି କୁହାଯାଇଛି।

Related story