ଆଣ୍ଡାମାନ ଛୁଇଁଲା ମୌସୁମୀ, ଓଡ଼ିଶା କେବେ ଆସିବ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଣ୍ଡାମାନ ଛୁଇଁଲା ମୋସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ଛୁଇଁଛି। ଆସନ୍ତା ୪୮ ଘଣ୍ଟା ଭିତରେ କେରଳ ଛୁଇଁବା ଅନୁମାନ କରାଯାଉଛି। ମୌସୁମୀ କେରଳ ଛୁଇଁଲେ ଓଡ଼ିଶା କେବେ ଆସିବ ଜଣାପଡ଼ିବ। ତଥାପି ଆଗାମୀ ୩ ଓ ୪ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ଆଜି ସକାଳେ ବର୍ଷା ହୋଇଛି। ଆସନ୍ତା ୨୩ରେ କେରଳ […]

mansoon rain

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 06:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଣ୍ଡାମାନ ଛୁଇଁଲା ମୋସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ଛୁଇଁଛି। ଆସନ୍ତା ୪୮ ଘଣ୍ଟା ଭିତରେ କେରଳ ଛୁଇଁବା ଅନୁମାନ କରାଯାଉଛି। ମୌସୁମୀ କେରଳ ଛୁଇଁଲେ ଓଡ଼ିଶା କେବେ ଆସିବ ଜଣାପଡ଼ିବ। ତଥାପି ଆଗାମୀ ୩ ଓ ୪ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ଆଜି ସକାଳେ ବର୍ଷା ହୋଇଛି। ଆସନ୍ତା ୨୩ରେ କେରଳ ଛୁଇଁବା ନେଇ ଆଗରୁ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ କେନ୍ଦ୍ର। ସେହି ଦୃଷ୍ଟିରୁ ମୌସୁମୀ ଆସିବାରେ ୩ ଦିନ ବିଳମ୍ବ ହୋଇଛି। ସେପଟେ ଚଳିତବର୍ଷ ମୌସୁମୀ ପ୍ରବାହ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା।

Related story