ଭୁବନେଶ୍ୱରରେ ବଢ଼ିଲା ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍ ଜୋନ୍ ସଂଖ୍ୟା ବି ବୃଦ୍ଧି ପାଇଛି। ଆଜି ପୁଣି ଭୁବନେଶ୍ୱରର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଗୁଡ଼ିକ ମଧ୍ୟରେ ରହିଛି ୟୁନିଟ୍-୯ର ଗୋଟିଏ ସରକାରୀ ଘର ଓ ଏକ ପ୍ଲଟ୍‌, ସତ୍ୟନଗର ତୋଷାଳି ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟ୍‌, ଲକ୍ଷ୍ମୀ ସାଗରର ଦୁଇଟି ପ୍ଲଟ୍‌, ୫୯ ନମ୍ବର ୱାର୍ଡର ଶ୍ରୀରାମନଗରର ଏକ ପ୍ଳଟ୍‌, […]

corona

Jitendra Garnayak
  • Published: Friday, 14 January 2022
  • , Updated: 14 January 2022, 05:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍ ଜୋନ୍ ସଂଖ୍ୟା ବି ବୃଦ୍ଧି ପାଇଛି। ଆଜି ପୁଣି ଭୁବନେଶ୍ୱରର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଏଗୁଡ଼ିକ ମଧ୍ୟରେ ରହିଛି ୟୁନିଟ୍-୯ର ଗୋଟିଏ ସରକାରୀ ଘର ଓ ଏକ ପ୍ଲଟ୍‌, ସତ୍ୟନଗର ତୋଷାଳି ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟ୍‌, ଲକ୍ଷ୍ମୀ ସାଗରର ଦୁଇଟି ପ୍ଲଟ୍‌, ୫୯ ନମ୍ବର ୱାର୍ଡର ଶ୍ରୀରାମନଗରର ଏକ ପ୍ଳଟ୍‌, IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା, ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ ଓ ଡୋଭ୍ ଆପର୍ଟମେଣ୍ଟ।

ଅନ୍ୟପକ୍ଷରେ କଟକରେ ୩ଟି କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହି କୋର୍ଟ ଗୁଡ଼ିକ ହେଉଛି- ସିଭିଲ୍ କୋର୍ଟ, ଏସ୍‌ଡିଜେଏମ୍‌ ଓ ଜିଲ୍ଲା ଦୌରାଜଜ୍‌ କୋର୍ଟ। ଏହି ସବୁ କୋର୍ଟରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଗୁଡ଼ିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କେବଳ କଟକ ସିଭିଲ୍ କୋର୍ଟ ପରିସରରୁ ୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Related story