ବ୍ୟାଙ୍କରୁ ଦେଢ଼ କେଜିରୁ ଅଧିକ ସୁନା ଚୋରି

ନାରାୟଣପାଟଣା (ପି ଗୋବିନ୍ଦ ରାଜୁ ସୁବୁଦ୍ଧି): ବ୍ୟାଙ୍କରୁ ଚୋରି ହୋଇଯାଇଛି ଦେଢ଼ କେଜିରୁ ଅଧିକ ଓଜନର ସୁନା। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖାରୁ। ଏହି ବ୍ୟାଙ୍କ ଶାଖାରୁ ୧କେଜି ୬୦୦ ଗ୍ରାମ ସୁନା ଚୋରି ହୋଇଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଛି। ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖା ପରିଚାଳକ ଆଜି ଏନେଇ ଥାନାରେ ଅଭିଯୋଗ କରିବା ପରେ ତନାଘନା ଜାରି ରଖିଛି ପୁଲିସ୍। ଏଥିପାଇଁ ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନିଆଯାଇଛି। […]

Bank

Jitendra Garnayak
  • Published: Friday, 14 January 2022
  • , Updated: 14 January 2022, 06:32 PM IST

ନାରାୟଣପାଟଣା (ପି ଗୋବିନ୍ଦ ରାଜୁ ସୁବୁଦ୍ଧି): ବ୍ୟାଙ୍କରୁ ଚୋରି ହୋଇଯାଇଛି ଦେଢ଼ କେଜିରୁ ଅଧିକ ଓଜନର ସୁନା। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖାରୁ। ଏହି ବ୍ୟାଙ୍କ ଶାଖାରୁ ୧କେଜି ୬୦୦ ଗ୍ରାମ ସୁନା ଚୋରି ହୋଇଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଛି।

ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖା ପରିଚାଳକ ଆଜି ଏନେଇ ଥାନାରେ ଅଭିଯୋଗ କରିବା ପରେ ତନାଘନା ଜାରି ରଖିଛି ପୁଲିସ୍। ଏଥିପାଇଁ ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନିଆଯାଇଛି। ସାଇଣ୍ଟିଫିକ ଟିମ୍‌ ବି ବ୍ୟାଙ୍କରେ ପହଞ୍ଚି ଯାଞ୍ଚ କରିଛନ୍ତି। ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି।

ଅନ୍ୟପକ୍ଷରେ କେବେ ଓ କିପରି ଏତେ ସୁନା ଚୋରି ହୋଇଛି, ସେ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପୁଲିସ୍ ପକ୍ଷରୁ ଗଣମାଧ୍ୟମକୁ କିଛି ସୂଚନା ଦିଆଯାଇ ନାହିଁ। ତଦନ୍ତ ଜାରି ରହିଥିବାରୁ ପରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି କହିଛନ୍ତି ଲକ୍ଷ୍ମୀପୁର ଏସ୍‌ଡିପିଓ ଅଶ୍ୱିନ କୁମାର ନାୟକ।

Related story