ଅଚାନକ ସିଜ୍‌ ହେଲା ‘ଉମାକାନ୍ତ’ ବସ୍‌; ଫାଇନ୍‌ ପଡ଼ିଲା ୨ ଲକ୍ଷ ‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିନା ପରମିଟ, ବିନା ଟ୍ୟାକ୍ସରେ ଗଡ଼ୁଥିଲା ‘ଉମାକାନ୍ତ’  ବସ୍‌। ପ୍ରାୟ ୫ ମାସ ହେବ ଏପରି ଭାବେ ରାଜରାସ୍ତାରେ ଗଡ଼ୁଥିଲା ଏହି ବସ୍‌। ଶେଷରେ ଏହି ଯାତ୍ରୀବାହୀ ବସ୍‌କୁ ଜବତ କରାଯାଇ ୨ ଲକ୍ଷ ୧୨ ହଜାର ୧୫୫ ଟଙ୍କା ଜରିମାନା ଲଗାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ରାଉରକେଲାର ହନୁମାନ ବାଟିକା ନିକଟରେ। ରାଉରକେଲା RTO ଙ୍କ ପକ୍ଷରୁ ହନୁମାନ ବାଟିକା ନିକଟରେ ଚଢ଼ାଉ କରାଯାଇ ଏହି ଯାତ୍ରୀବାହୀ ବସ୍‌କୁ ଜବତ […]

bus

Niharika Rout
  • Published: Thursday, 25 March 2021
  • , Updated: 25 March 2021, 03:46 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିନା ପରମିଟ, ବିନା ଟ୍ୟାକ୍ସରେ ଗଡ଼ୁଥିଲା ‘ଉମାକାନ୍ତ’  ବସ୍‌। ପ୍ରାୟ ୫ ମାସ ହେବ ଏପରି ଭାବେ ରାଜରାସ୍ତାରେ ଗଡ଼ୁଥିଲା ଏହି ବସ୍‌। ଶେଷରେ ଏହି ଯାତ୍ରୀବାହୀ ବସ୍‌କୁ ଜବତ କରାଯାଇ ୨ ଲକ୍ଷ ୧୨ ହଜାର ୧୫୫ ଟଙ୍କା ଜରିମାନା ଲଗାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ରାଉରକେଲାର ହନୁମାନ ବାଟିକା ନିକଟରେ।

ରାଉରକେଲା RTO ଙ୍କ ପକ୍ଷରୁ ହନୁମାନ ବାଟିକା ନିକଟରେ ଚଢ଼ାଉ କରାଯାଇ ଏହି ଯାତ୍ରୀବାହୀ ବସ୍‌କୁ ଜବତ କରାଯାଇଛି । ବିନା ପରମିଟ ଏବଂ ବିନା ଟ୍ୟାକ୍ସରେ ଏହି ନାଇଟ୍‌ ବସଟି ରାଉରକେଲାରୁ ବ୍ରହ୍ମପୁର ଯିବାଆସିବା କରୁଥିଲା। ଏ ସଂପର୍କରେ ସୂଚନା ପାଇ ଯାଞ୍ଚ ପରେ RTO ଅଧିକାରୀ ଉକ୍ତ ବସ୍‌ ଉପରେ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଲଗାଇଛନ୍ତି।

ବେଆଇନ ଭାବେ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍‌ ଗୁଡ଼ିକ ଉପରେ ଆଗକୁ ଏପରି ଚଢ଼ାଉ ଜାରି ରହିବ ବୋଲି ପରିବହନ ବିଭାଗ ତରଫରୁ କୁହାଯାଇଛି।

Related story