ରାଜ୍ୟରେ ଦିନକରେ ୫୦ ହଜାର ଟପିଲା କରୋନା ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ୍ ଟେଷ୍ଟ ହୋଇଛି । ଦିନକରେ ୫୦ ହଜାର ଟପିଲା କରୋନା ଟେଷ୍ଟ । ଗତ ୨୪ ଘଣ୍ଟାରେ ୫୨ ହଜାର ୭୯୫ କରୋନା ଟେଷ୍ଟ କରାଯାଇଛି।  RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ପରୀକ୍ଷା କରାଯାଇଛି । RTPCRରୁ ୧୦ ହଜାର ୨୪୦, ଆଣ୍ଟିଜେନ୍‌ରୁ ୪୨ ହଜାର ୪୧୪ ଓ ଟ୍ରୁନଟ ମାଧ୍ୟମରେ ୧୪୧ ଟେଷ୍ଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, […]

corona-3.1

Niharika Rout
  • Published: Sunday, 16 August 2020
  • , Updated: 16 August 2020, 01:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ୍ ଟେଷ୍ଟ ହୋଇଛି । ଦିନକରେ ୫୦ ହଜାର ଟପିଲା କରୋନା ଟେଷ୍ଟ ।

ଗତ ୨୪ ଘଣ୍ଟାରେ ୫୨ ହଜାର ୭୯୫ କରୋନା ଟେଷ୍ଟ କରାଯାଇଛି।  RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ପରୀକ୍ଷା କରାଯାଇଛି । RTPCRରୁ ୧୦ ହଜାର ୨୪୦, ଆଣ୍ଟିଜେନ୍‌ରୁ ୪୨ ହଜାର ୪୧୪ ଓ ଟ୍ରୁନଟ ମାଧ୍ୟମରେ ୧୪୧ ଟେଷ୍ଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ପାର୍‌ କରି ସାରିଛି। ରାଜ୍ୟରେ ଏହି ସଂଖ୍ୟା ୬୦,୦୫୦ରେ ପହଞ୍ଚିଛି।  ସେମାନଙ୍କ ମଧ୍ୟରୁ ୪୦,୭୨୬ ସୁସ୍ଥ ହୋଇ ସାରିଥିବା ବେଳେ ୧୮,୯୨୮ ଜଣ ଚିକିତ୍ସିତ ହେଉଛନ୍ତି। ଏଥିସହ ରାଜ୍ୟରେ ଏଯାବତ କରୋନାରେ ୩୪୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Related story