ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ଗିଲାଯୋଡ଼ିରେ ଭୋଗ ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ଗାଁରେ ଭଗବତୀ ପୂଜା ହୋଇଥିଲା । ଏଥିରେ ୬୦୦ରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟା ବେଳେ  ପ୍ରଥମେ ୬ ଜଣ ଶିଶୁ ଅସୁସ୍ଥ ହୋଇ ପଡ଼ିଥିଲେ । ପ୍ରବଳ ବାନ୍ତି ହେବା ସହ ପେଟ କାଟିବାରୁ ପିଲାମାନଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ […]

Ill Children

Niharika Rout
  • Published: Saturday, 06 March 2021
  • , Updated: 06 March 2021, 08:19 AM IST

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ଗିଲାଯୋଡ଼ିରେ ଭୋଗ ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ଗାଁରେ ଭଗବତୀ ପୂଜା ହୋଇଥିଲା । ଏଥିରେ ୬୦୦ରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟା ବେଳେ  ପ୍ରଥମେ ୬ ଜଣ ଶିଶୁ ଅସୁସ୍ଥ ହୋଇ ପଡ଼ିଥିଲେ । ପ୍ରବଳ ବାନ୍ତି ହେବା ସହ ପେଟ କାଟିବାରୁ ପିଲାମାନଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏହାପରେ ଗାଁରୁ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ବସ୍ତା, ଜଳେଶ୍ୱର ଓ ପାଉଁଶକୁଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏବେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

Related story