ଭୋଗ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ

ଜଳେଶ୍ୱର(ଅଜିତ ଦାସ): ଭୋଗ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ୧୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଜଳେଶ୍ୱର ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ଗାଁରେ ଦୁଇଟି ମେଡିକାଲ୍‌ରେ ପହଞ୍ଚି ଚିକିତ୍ସା ସେବା ଯୋଗାଉଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୋପୀମହନପୁର ପଞ୍ଚାୟତ ବାସୁଳିଆ ଆଦିବାସୀ ସାହିରେ ଶନିବାର ‘ବାସୁଳି’ ପୂଜା ହୋଇଥିଲା। ପୂଜା ପରେ ସମସ୍ତଙ୍କୁ ଚୁଡ଼ା ଭୋଗ ଖାଇବାକୁ ଦିଆଯାଇଥିଲା। ଭୋଗ ଖାଇବା […]

Jaleswar

Manoranjan Sial
  • Published: Monday, 28 June 2021
  • , Updated: 28 June 2021, 06:46 PM IST

ଜଳେଶ୍ୱର(ଅଜିତ ଦାସ): ଭୋଗ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ୧୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଜଳେଶ୍ୱର ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ଗାଁରେ ଦୁଇଟି ମେଡିକାଲ୍‌ରେ ପହଞ୍ଚି ଚିକିତ୍ସା ସେବା ଯୋଗାଉଛି।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୋପୀମହନପୁର ପଞ୍ଚାୟତ ବାସୁଳିଆ ଆଦିବାସୀ ସାହିରେ ଶନିବାର ‘ବାସୁଳି’ ପୂଜା ହୋଇଥିଲା। ପୂଜା ପରେ ସମସ୍ତଙ୍କୁ ଚୁଡ଼ା ଭୋଗ ଖାଇବାକୁ ଦିଆଯାଇଥିଲା। ଭୋଗ ଖାଇବା ପରେ ସମସ୍ତେ ଘରକୁ ପଳାଇ ଆସିଥିଲେ। ରବିବାରଠାରୁ ଗାଁରେ ଜଣେ ଦୁଇ ଜଣଙ୍କ ଦେହ ଅସୁସ୍ଥ ହୋଇଥିଲା। ଗାଁ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଧୀରେ ଧୀରେ ଗାଁର ଅନ୍ୟ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।

ଆଜି ୬୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ହାତିଗଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲା। ଏ ସମ୍ପର୍କରେ ଘଟଣା ପ୍ରକାଶ ପାଇବା ପରେ ହାତିଗଡ଼ ମେଡିକାଲରୁ ୨ଟି ମେଡିକାଲ୍‌ ଟିମ୍‌ ଗାଁରେ ପହଞ୍ଚିଥିଲା। ଅସୁସ୍ଥ ଥିବା ଲୋକଙ୍କୁ ସାଲାଇନ୍‌ ଓ ଅନ୍ୟାନ୍ୟ ମେଡିସିନ୍‌ ଖାଇବାକୁ ଦେଇଥିଲା ମେଡିକାଲ୍‌ ଟିମ୍‌। ତେବେ ଗୁରୁତର ଥିବା ୧୪ ଜଣଙ୍କୁ ଜଳେଶ୍ୱର ଉପଖଣ୍ଡ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ମେଡିକାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related story