ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’କୁ କରୋନା, ହେଲେ ଛୁଆ ନିରୋଗ । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ମା’ଙ୍କଠାରୁ ଜନ୍ମ ନେଉଛନ୍ତି ନିରୋଗ ଛୁଆ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
କେବଳ ଗଞ୍ଜାମ ଜିଲ୍ଲା କୋଭିଡ ହସ୍ପିଟାଲରେ ଆଜି ସୁଦ୍ଧା ଏଭଳି ୫୭ଟି ନିରୋଗ ଛୁଆ ଜନ୍ମ ହୋଇ ସାରିଲେଣି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି। ମା’ମାନେ ସଂକ୍ରମିତ ହେବା ସତ୍ତ୍ୱେ ନବଜାତ ଶିଶୁଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ ।
As many as 57 babies have been born to mothers infected by coronavirus at COVID hospitals of Ganjam district till date. Heartening to know that all of them are healthy with no symptoms of #COVID19. #OdishaCareshttps://t.co/klglviYENN
— CMO Odisha (@CMO_Odisha) August 14, 2020