ଘରକୁ ଫେରୁଥିବା ବେଳେ ପିଟିଦେଲା ଟ୍ରାକ୍ଟର; ମାଆ-ଝିଅଙ୍କ ମୃତ୍ୟୁ

ବରଗଡ଼ (ଦୀପକ ଶର୍ମା): ବାଇକ୍‌ରେ ଘରକୁ ଫେରୁଥିଲେ ପୂରା ପରିବାର। ହେଲେ ଅଧା ରାସ୍ତାରେ ପିଟିଦେଲା ଟ୍ରାକ୍ଟର। ଘଟଣାସ୍ଥଳରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଭୟଙ୍କର ଦୁର୍ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ବଲାଙ୍ଗିର ଜିଲ୍ଲା ବେନ୍ଦ୍ରା ଗାଁର ମାନଧାତା ବାରିକ, ତାଙ୍କ ପତ୍ନୀ ସତ୍ୱଞ୍ଜଳି ବାରିକ ଓ ୪ ବର୍ଷର ଝିଅ ପ୍ରତୀକ୍ଷା ବୁର୍ଲାରେ ରୁହନ୍ତି। ଗୁରୁବାର ଉକ୍ତ ପରିବାର OD 17V4516 ବାଇକ୍‌ରେ ଗାଁକୁ […]

baragarh

Manoranjan Sial
  • Published: Thursday, 21 January 2021
  • , Updated: 21 January 2021, 04:34 PM IST

ବରଗଡ଼ (ଦୀପକ ଶର୍ମା): ବାଇକ୍‌ରେ ଘରକୁ ଫେରୁଥିଲେ ପୂରା ପରିବାର। ହେଲେ ଅଧା ରାସ୍ତାରେ ପିଟିଦେଲା ଟ୍ରାକ୍ଟର। ଘଟଣାସ୍ଥଳରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଭୟଙ୍କର ଦୁର୍ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି।

ବଲାଙ୍ଗିର ଜିଲ୍ଲା ବେନ୍ଦ୍ରା ଗାଁର ମାନଧାତା ବାରିକ, ତାଙ୍କ ପତ୍ନୀ ସତ୍ୱଞ୍ଜଳି ବାରିକ ଓ ୪ ବର୍ଷର ଝିଅ ପ୍ରତୀକ୍ଷା ବୁର୍ଲାରେ ରୁହନ୍ତି। ଗୁରୁବାର ଉକ୍ତ ପରିବାର OD 17V4516 ବାଇକ୍‌ରେ ଗାଁକୁ ଫେରୁଥିଲେ। ହେଲେ ଭେଡେନ୍‌ ବ୍ଲକ ବୁର୍ଦ୍ଦା ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ସେମାନଙ୍କ ବାଇକକୁ ଧକ୍କା ଦେଲା। ଫଳରେ ସତ୍ୱଞ୍ଜଳି ଓ ଝିଅ ପ୍ରତୀକ୍ଷାଙ୍କ ମୃତ୍ୟୁ ଘଟିଥିବା ବେଳେ ମାନଧାତା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏହା ପୂର୍ବରୁ ଅର୍ଥାତ ଗୁରୁବାର ସକାଳେ ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ ଅଟୋ-ଡମ୍ଫର ଧକ୍କାରେ ଗୋଟିଏ ପରିବାରରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁରୁଗୁତା ନାଗ, ତାଙ୍କ ପୁଅ ବାବୁଲା ନାଗ ଓ ଝିଅ ସରୋଜିନୀ ନାଗ। ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି।

Related story