ମାଛ ମାରିବାକୁ ଯାଇଥିଲେ, ଚଡ଼କ ମାରିଦେଲା

କେନ୍ଦ୍ରାପଡ଼ା/କୋଣାର୍କ(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଜମ୍ୱୁ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ବଜ୍ରପାତରେ ମାଆଝିଅଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ମାଛ ଧରିବା ପାଇଁ ଗୋଟିଏ ପରିବାର ୪ ଜଣ ଡଙ୍ଗା ନେଇ  ଜମ୍ୱୁ ନଦୀ କୂଳରୁ ହୁକଟୋଲା ଯାଉଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଏଥିରେ ମାଆ ପାଣ୍ଟି ମଣ୍ଡଳ ଓ ଝିଅ ଦିପାଲିଙ୍କ ମୃତ୍ୟୁ ଘଟିଛି। ତେବେ ନାତି  ତାରକା  ଓ ତାଙ୍କ ଭାଉଜ ଦାସୀ ମଣ୍ଡଳ […]

death

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 12:03 PM IST

କେନ୍ଦ୍ରାପଡ଼ା/କୋଣାର୍କ(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଜମ୍ୱୁ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ବଜ୍ରପାତରେ ମାଆଝିଅଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଆଜି ସକାଳେ ମାଛ ଧରିବା ପାଇଁ ଗୋଟିଏ ପରିବାର ୪ ଜଣ ଡଙ୍ଗା ନେଇ  ଜମ୍ୱୁ ନଦୀ କୂଳରୁ ହୁକଟୋଲା ଯାଉଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଏଥିରେ ମାଆ ପାଣ୍ଟି ମଣ୍ଡଳ ଓ ଝିଅ ଦିପାଲିଙ୍କ ମୃତ୍ୟୁ ଘଟିଛି। ତେବେ ନାତି  ତାରକା  ଓ ତାଙ୍କ ଭାଉଜ ଦାସୀ ମଣ୍ଡଳ ଗୁରୁତର ଆହତ ହୋଇଛନ୍ତି।

ସେହିପରି ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ ଅନ୍ତର୍ଗତ ବିଭୂତିପୁର ଗାଁର କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଆଜି ସକାଳେ ବଜ୍ରପାତ ହୋଇଥିଲା। ଏଥିରେ ତାଙ୍କ ଘରର ଛାତ ଫାଟି ଯାଇଥିବା ବେଳେ ଟିଭି ଓ ଇଲେକ୍ଟ୍ରି ସାମଗ୍ରୀ ଆସବାବପତ୍ର ପୋଡ଼ି ଯାଇଛି। ବଜ୍ରପାତ ବେଳେ ଘରେ ଥିବା କୈଳାସ ତାଙ୍କ ପତ୍ନୀ ସଞ୍ଜୁ ଓ ଝିଅ ଲୋପାମୁଦ୍ରା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁହଁ ଓ ଦେହରେ କ୍ଷତ ହୋଇଥିବା ବେଳେ ସେମାନଙ୍କ କାନକୁ କିଛି ଶୁଣାଯାଉ ନାହିଁ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି କାକଟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

Related story