ସାପ କାମୁଡ଼ାରେ ମା’ପୁଅ ମୃତ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ କୁର୍ସି ପଞ୍ଚାୟତ ମାଳପାରା ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ମହିଳା ଓ ତାଙ୍କ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ମହିଳାଙ୍କ ନାଁ ଲକ୍ଷ୍ମୀ ଗଣ୍ଡ। ତାଙ୍କ ପୁଅ ନାଁ ଭାଗିରଥୀ ଗଣ୍ଡ (୫)। ଗତକାଲି ରାତିରେ ଏ ଦୁଇ ଜଣ ପରିବାର ଲୋକଙ୍କ ସହିତ ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ମା’ପୁଅଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଉମରକୋଟ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି […]

snakebite

Tapaswini Nayak
  • Published: Saturday, 08 June 2019
  • , Updated: 08 June 2019, 12:54 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ କୁର୍ସି ପଞ୍ଚାୟତ ମାଳପାରା ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ମହିଳା ଓ ତାଙ୍କ ଶିଶୁପୁତ୍ରର ମୃତ୍ୟୁ ଘଟିଛି।

ମୃତକ ମହିଳାଙ୍କ ନାଁ ଲକ୍ଷ୍ମୀ ଗଣ୍ଡ। ତାଙ୍କ ପୁଅ ନାଁ ଭାଗିରଥୀ ଗଣ୍ଡ (୫)।

ଗତକାଲି ରାତିରେ ଏ ଦୁଇ ଜଣ ପରିବାର ଲୋକଙ୍କ ସହିତ ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ମା’ପୁଅଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଉମରକୋଟ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Related story