ପୁଅକୁ ବଞ୍ଚାଇବାକୁ ଯାଇ ମା’ ବି ବୁଡ଼ିଗଲେ
- Published: Saturday, 29 September 2018
- , Updated: 29 September 2018, 10:53 AM IST
<p>ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ପନାଡ଼ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି।</p>
<p>ଘୋଡ଼ାହାଡ଼ ନଦୀରେ ବୁଡ଼ି ଯାଇ ମାଆପୁଅଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ସୁଷମା ମହାରଣା (୩୫) ଓ ସୁଧାଂଶୁ ମହାରଣା(୯)।</p>
<p>ମା’ପୁଅ ନଈକୁ ଗାଧୋଇବାକୁ ଯାଇଥିବା ଏ ଘଟଣା ଘଟିଥିଲା। ଗାଧୋଉଥିବା ବେଳେ ପୁଅ ବୁଡ଼ି ଯାଉଥିବା ଦେଖି ସୁଷମା ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ତେବେ ଉଭୟ ବୁଡ଼ି ଗଲେ।</p>
<p>ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।</p>