‘ମୋ ମାଆକୁ ମାରିଦେଲା ଏସ୍‌ସିବି, ଶୁଣିଲାନି ମୋ ସରକାର...’

କଟକ(ଓଡ଼ିଶା ରିପୋର୍ଟର): ଠିକ୍‌ରେ ଚିକିତ୍ସା ନକରି ମୋ ମାଆକୁ ମାରିଦେଲା କଟକ ଏସ୍‌ସିବି ମେଡିକାଲ୍‌। ଏପରି ଅଭିଯୋଗ ଆଣି ‘ମୋ ସରକାର’ ମୁଖା ଖୋଲିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣାର କୃଷ୍ଣଚନ୍ଦ୍ର ସାହୁ। ମାଆଙ୍କ ଚିକିତ୍ସା ଅବହେଳା ନେଇ ସେ ବାରମ୍ୱାର ‘ମୋ ସରକାର’କୁ ଫୋନ୍‌ କରିଥିଲେ। ହେଲେ ଫଳ ମିଳିଥିଲା ଶୂନ। ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଜି ମେଡିକାଲ୍‌ରେ ପ୍ରାଣ ହରାଇଛନ୍ତି କୃଷ୍ଣଙ୍କ ମାଆ ସାବିତ୍ରୀ। ଏନେଇ କୃଷ୍ଣ ଆଜି ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ […]

mother-death-in-scb-medical-hospital

Manoranjan Sial
  • Published: Wednesday, 29 January 2020
  • , Updated: 29 January 2020, 08:16 PM IST

କଟକ(ଓଡ଼ିଶା ରିପୋର୍ଟର): ଠିକ୍‌ରେ ଚିକିତ୍ସା ନକରି ମୋ ମାଆକୁ ମାରିଦେଲା କଟକ ଏସ୍‌ସିବି ମେଡିକାଲ୍‌। ଏପରି ଅଭିଯୋଗ ଆଣି ‘ମୋ ସରକାର’ ମୁଖା ଖୋଲିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣାର କୃଷ୍ଣଚନ୍ଦ୍ର ସାହୁ। ମାଆଙ୍କ ଚିକିତ୍ସା ଅବହେଳା ନେଇ ସେ ବାରମ୍ୱାର ‘ମୋ ସରକାର’କୁ ଫୋନ୍‌ କରିଥିଲେ। ହେଲେ ଫଳ ମିଳିଥିଲା ଶୂନ। ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଜି ମେଡିକାଲ୍‌ରେ ପ୍ରାଣ ହରାଇଛନ୍ତି କୃଷ୍ଣଙ୍କ ମାଆ ସାବିତ୍ରୀ। ଏନେଇ କୃଷ୍ଣ ଆଜି ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ମାନସିକ ରୋଗର ଚିକିତ୍ସା ପାଇଁ ଯାଜପୁର ବଡ଼ଚଣାର ସାବିତ୍ରୀ ସାହୁଙ୍କୁ ପରିବାର ଲୋକେ ଡିସେମ୍ବର ୨୬ ତାରିଖରେ କଟକ ବଡ଼ ମେଡିକାଲେ ଭର୍ତ୍ତି କରିଥିଲେ। ତାଙ୍କୁ ନିରୋଲଜି ବିଭାଗରେ ଆଡ୍‌ମିଶନ କରିବାର ଦୁଇ ଦିନ ପରେ ଡାହାଣ ହାତରେ ସାଲାଇନ୍‌ ଲାଗିଥିଲା। ୨୮ ତାରିଖରେ ସେହି ହାତ ଫୁଲିବାରୁ ଡାକ୍ତରଙ୍କୁ ଜଣାଇଥିଲେ ସାବିତ୍ରୀଙ୍କ ପୁଅ କୃଷ୍ଣଚନ୍ଦ୍ର। ହେଲେ ଡାକ୍ତର ଶୁଣିନଥିଲେ। ୪ ଦିନ ପରେ ହାତ ବ୍ୟାଣ୍ଡେଜ ହେଲା। ହେଲେ ବ୍ୟାଣ୍ଡେଜ୍‌ ଖୋଲା ଗଲାନାହିଁ। ୧୫ ଦିନ ଧରି ସେମିତି ରହିଲା ବ୍ୟାଣ୍ଡେଜ୍‌। ଏପରିକି ଔଷଧ ମରାହେଉନଥିଲା। ଯାହାଫଳରେ ହାତରେ ପୋକ ହେଇଗଲା। ଏନେଇ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଅଭିଯୋଗ ହେବାରୁ ଗତ ୧୭ ତାରିଖରେ ଅପରେସନ କରି ସାବିତ୍ରୀଙ୍କୁ ଆସିୟୁରେ ଭର୍ତ୍ତି କରିଥିଲେ ଡାକ୍ତର। ପରେ ହାତ କାଟିବାକୁ କୁହାଯାଇଥିଲା।

ଏସବୁ ଭିତରେ ମେଡିକାଲ୍‌ରେ ଚିକିତ୍ସା ଅବହେଳା ନେଇ କୃଷ୍ଣ ‘ମୋ ସରକାର’ ଟୋଲ୍ ଫ୍ରି ନମ୍ବର ୧୪୫୪୫କୁ ଫୋନ୍‌ କରିଥିଲେ। ଏହାର ଉତ୍ତର ଆସୁଥିଲା- ଡାକ୍ତର ଯଦି ଶୁଣୁନାହାଁନ୍ତି, ତେବେ ମା’ଙ୍କୁ କଟକ ବଡ଼ ମେଡିକାଲରୁ ଅନ୍ୟ ମେଡିକାଲକୁ ନେଇ ଚିକିତ୍ସା କରାନ୍ତୁ। ଏହାଛଡ଼ା ଆପଣଙ୍କ ଅଭିଯୋଗକୁ ‘ମୋ ସରକାର’ର ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଉଛୁ ବୋଲି ସେପଟରୁ କୁହାଯାଉଥିଲା। ଥରେ କି ଦୁଇ ଥର ନୁହେଁ, ୬ ଥର ‘ମୋ ସରକାର’କୁ ଫୋନ୍‌ କରିଥିଲେ କୃଷ୍ଣ। ହେଲେ ଫଳ ଶୂନ ମିଳିଥିଲା। ଶେଷରେ ମାଆଙ୍କୁ ହରାଇଲେ କୃଷ୍ଣ କହିଛନ୍ତି।

ଆଜି ଏହି ଖବର ପ୍ରକାଶ ପାଇବା ପରେ ତଦନ୍ତ ପାଇଁ ଏସ୍‌ସିବିରେ ପହଁଞ୍ଚିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଘଟଣାର ତଦନ୍ତ କରି ତିନିଦିନ ଭିତରେ ରିପୋର୍ଟ ଦେବାକୁ ଏସ୍‌ସିବିକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ତେବେ କଟକ ବଡ଼ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରୁ ମେଡିକାଲରେ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସହ ଫୋନରେ ସିଧା କଥା ହୋଇ ଆପତ୍ତି ଅଭିଯୋଗ ଶୁଣୁଥିଲେ। ମନ୍ତ୍ରୀ, ସଚିବ ମଧ୍ୟ ଅଭିଯୋଗ ଶୁଣି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୁହାଯାଇଥିଲା। ଆଉ ଏସବୁ ସତ୍ତ୍ୱେ ଯଦି ଏଭଳି ଘଟଣା ଘଟୁଛି। ତା’ହାଲେ ଏଠି ପ୍ରଶ୍ନ ‘ମୋ ସରକାର କାହାର’ କାହା ପାଇଁ।

Related story