ପିସିସି ସଭାପତିଙ୍କ ମାତୃ ବିୟୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ମା’ ବିମଳା ହରିଚନ୍ଦନଙ୍କର ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ପ୍ରସାଦ ହେଛନ୍ତି ତାଙ୍କ ଜ୍ୟେଷ୍ଠ ପୁଅ। ବିମଳା ହରିଚନ୍ଦନ ଖୋର୍ଦ୍ଧା ସହର ଅନ୍ତର୍ଗତ ଉପରସାହିରେ ଜନ୍ମ ହୋଇଥିଲେ। ସେ ଜଣେ ଧର୍ମପରାୟଣା ଓ ପରୋପକାରୀ […]

pcc

Rakesh Mallick
  • Published: Tuesday, 13 February 2018
  • , Updated: 13 February 2018, 05:41 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ମା’ ବିମଳା ହରିଚନ୍ଦନଙ୍କର ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ପ୍ରସାଦ ହେଛନ୍ତି ତାଙ୍କ ଜ୍ୟେଷ୍ଠ ପୁଅ।

ବିମଳା ହରିଚନ୍ଦନ ଖୋର୍ଦ୍ଧା ସହର ଅନ୍ତର୍ଗତ ଉପରସାହିରେ ଜନ୍ମ ହୋଇଥିଲେ। ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ। କିଛି ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ବିଶିଷ୍ଟ ସାହିତ୍ୟିକ ଫକୀର ହରିଚନ୍ଦନଙ୍କର ପରଲୋକ ହୋଇଥିଲା।

Related story