ଯୁଦ୍ଧ ବିଭୀଷିକା ଭିତରେ ଫସି ରହିଛି ଝିଅ, ବୁକୁ ଫଟାଇ କାନ୍ଦୁଛି ମାଆ

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଯୁଦ୍ଧ ବିଭୀଷିକା ଭିତରେ ଫସିରହିଛନ୍ତି ଡାକ୍ତରୀ ଝିଅ। ଅସହାୟ ମାଆ ଏଠି ବୁକୁ ଫଟାଇ କାନ୍ଦୁଛନ୍ତି। ଆଉ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଗୁହାରୀ କରୁଛନ୍ତି, ମୋ’ ଝିଅର ଜୀବନ ବଞ୍ଚାଇ ଦିଅ। ମୋ’ ଝିଅ ମୋତେ ଜୀବନ ଭିକ୍ଷା ମାଗୁଛି। ମୁଁ ମାଆ ହୋଇ ହୋଇ କିଛି କରିପାରୁ ନାହିଁ। କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସହରର ଭଗବାନ ଦାସ ଓ ସଞ୍ଜୁଲତା ଦାସଙ୍କ ଏକାମାତ୍ର ଝିଅ ହେଉଛନ୍ତି ଜ୍ୟୋତିର୍ମୟୀ ଦାସ। […]

Kalahindi

Manoranjan Sial
  • Published: Wednesday, 02 March 2022
  • , Updated: 02 March 2022, 06:11 PM IST

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଯୁଦ୍ଧ ବିଭୀଷିକା ଭିତରେ ଫସିରହିଛନ୍ତି ଡାକ୍ତରୀ ଝିଅ। ଅସହାୟ ମାଆ ଏଠି ବୁକୁ ଫଟାଇ କାନ୍ଦୁଛନ୍ତି। ଆଉ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଗୁହାରୀ କରୁଛନ୍ତି, ମୋ’ ଝିଅର ଜୀବନ ବଞ୍ଚାଇ ଦିଅ। ମୋ’ ଝିଅ ମୋତେ ଜୀବନ ଭିକ୍ଷା ମାଗୁଛି। ମୁଁ ମାଆ ହୋଇ ହୋଇ କିଛି କରିପାରୁ ନାହିଁ।

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସହରର ଭଗବାନ ଦାସ ଓ ସଞ୍ଜୁଲତା ଦାସଙ୍କ ଏକାମାତ୍ର ଝିଅ ହେଉଛନ୍ତି ଜ୍ୟୋତିର୍ମୟୀ ଦାସ। ସେ ୟୁକ୍ରେନ୍‌ର ଖାରକିଭ୍‌ ନ୍ୟାସନାଲ୍‌ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ। ବର୍ତ୍ତମାନ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଚାଲିଥିବାରୁ ସେଠାରେ ଫସି ରହିଛନ୍ତି ଜ୍ୟୋତିର୍ମୟୀ। ତୁହାକୁ ତୁହା ବୋମା ବର୍ଷା ହେଉଥିବାରୁ ତାହାରି ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଜ୍ୟୋତିର୍ମୟୀ। ଗତ ୬ ଦିନ ହେଲା ସେ ଖାଇବାକୁ ପାଇନାହାନ୍ତି। କେମିତି ସୁରକ୍ଷିତ ସ୍ୱଦେଶକୁ ଫେରିବେ? ଏବେ ତାଙ୍କୁ ସେହି ଚିନ୍ତା ଘାରିଛି।

ସେପଟେ ସୁରକ୍ଷା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ବର୍ତ୍ତମାନ ବଙ୍କରରେ ରହିବାର ବ୍ୟବସ୍ଥା କରିଛନ୍ତି। ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ କେବଳ ମୋବାଇଲ୍‌ ଫୋନ୍‌ରେ ଭିଡ଼ିଓ କଲିଂ କରି ଜ୍ୟୋତିର୍ମୟୀଙ୍କ ସହିତ କଥା ହେଉଛନ୍ତି ପରିବାର ଲୋକ।

ଜ୍ୟୋତିର୍ମୟୀଙ୍କ ମାଆ ସଂଜୁଲତା ଦାସ କହିଛନ୍ତି-“କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ମୋ ଝିଅକୁ ଉଦ୍ଧାର କରନ୍ତୁ। ଝିଅ ମୋର ଜୀବନ ଭିକ୍ଷା ମାଗୁଛି। ଆଉ କହୁଛି ମାଆ ମୋତେ ଏଠୁ ବଞ୍ଚାଅ। ହେଲେ ମୁଁ ମାଆ ହୋଇ କିଛି କରିପାରୁନାହିଁ। ଯଥାଶୀଘ୍ର ତାଙ୍କୁ ସରକାର ଉଦ୍ଧାର କରନ୍ତୁ।”

Related story