ବର୍ଜ୍ୟବସ୍ତରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉର୍ଜ୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତରୁ ଉର୍ଜ୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ(ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଏହି ପଦକ୍ଷେପ ଅନ୍ତର୍ଗତ […]

dharmendra

Tapas Behera
  • Published: Tuesday, 19 January 2021
  • , Updated: 19 January 2021, 05:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉର୍ଜ୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତରୁ ଉର୍ଜ୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ(ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ ଏବଂ ଏନଡ଼ିଏମସିକୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଏହି ପଦକ୍ଷେପ ଅନ୍ତର୍ଗତ ଉତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଣ୍ଟ  ପ୍ରତିଷ୍ଠା କରାଯିବ। ଏହି ପ୍ଲାଂଟରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ ଆବର୍ଜନାକୁ ଏକାଠି କରାଯାଇ ଏଥିରୁ ଇଣ୍ଡିଆନ ଅଏଲ ସହଯୋଗରେ ଉର୍ଜା ଉତ୍ପାଦନ କରାଯିବ। ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବ।  ଏହି ପ୍ଲାଂଟରେ ଦୈନିକ ୨୫୦୦ ମିଲିୟନ ଟନର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କରାଯାଇ ଉର୍ଜା ଉତ୍ପାଦନ ହେବ। ଏହି ଏମଓୟୁ କାର୍ଯ୍ୟକ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବାଇଜଲ, ଏନଡ଼ିଏମସିର ମେୟର ଜୟ ପ୍ରକାଶ, ଏନଡ଼ିଏମସିର କମିଶନର ଜ୍ଞାନେଶ ଭାରତୀ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଏସ.ଏମ ବୈଦ୍ୟ ଏବଂ ଇଣ୍ଡିଆନ ଅଏଲ ଓ ଏନଡ଼ିଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story