ନିଜ ରାଜନୈତିକ ଭବିଷ୍ୟତ ଓ ନବୀନଙ୍କୁ ନେଇ ବୈଜୟନ୍ତ କ’ଣ କହିଛନ୍ତି ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ପାଇଁ ସବୁ ବିକଳ୍ପ ଖୋଲା ଅଛି।’ ବିଜେଡି ଛାଡ଼ିବା ପରେ ନିଜ ରାଜନୈତିକ ଭବିଷ୍ୟତ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି  ସାଂସଦ ବୈଜୟନ୍ତ ପଣ୍ଡା। ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ‘ରିପବ୍ଲିକ୍ ଟିଭି’କୁ ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି। ବିଜେପିରେ ଯୋଗ ଦେବେ କି ବୋଲି ଏକ ପ୍ରଶ୍ନ ପଚରାଯିବାରେ ବୈଜୟନ୍ତ କହିଥିଲେ ଯେ ସେ କେଉଁଠି ଯୋଗ ଦେବେ ଏଯାଏଁ ମନ ସ୍ଥିର […]

baijayant

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 09:47 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୋ ପାଇଁ ସବୁ ବିକଳ୍ପ ଖୋଲା ଅଛି।’ ବିଜେଡି ଛାଡ଼ିବା ପରେ ନିଜ ରାଜନୈତିକ ଭବିଷ୍ୟତ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି  ସାଂସଦ ବୈଜୟନ୍ତ ପଣ୍ଡା। ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ‘ରିପବ୍ଲିକ୍ ଟିଭି’କୁ ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି।

ବିଜେପିରେ ଯୋଗ ଦେବେ କି ବୋଲି ଏକ ପ୍ରଶ୍ନ ପଚରାଯିବାରେ ବୈଜୟନ୍ତ କହିଥିଲେ ଯେ ସେ କେଉଁଠି ଯୋଗ ଦେବେ ଏଯାଏଁ ମନ ସ୍ଥିର  କରି ନାହାଁନ୍ତି।  ଏହା ସହିତ କେଉଁ ପରିସ୍ଥିତିରେ ସେ ବିଜେଡି ଛାଡ଼ିବାକୁ ବାଧ୍ୟ ହେଲେ ସେନେଇ ମଧ୍ୟ ବୈଜୟନ୍ତ ପୁଣି ସ୍ପଷ୍ଟ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ସଂପର୍କରେ ପଚରା ଯିବାରେ ସେ କହିଥିଲେ ଯେ ଗଲା ୩-୪ ବର୍ଷ ହେଲାଣି ସେ ଦଳର ନେତାଙ୍କୁ ସିଧାସଳଖ ଭେଟି ପାରିନାହାନ୍ତି। ଦଳର ସଭାପତି ଏବେ ଏକ କୋଟେରୀ ଦ୍ୱାରା ପରିଚାଳିତ।

ବୈଜୟନ୍ତ ଆହୁରି କହିଥିଲେ ଯେ ଏହି କୋଟେରୀ ୩-୪ ବର୍ଷ ହେଲାଣି ଦଳ ଓ ଦଳର ନେତାଙ୍କୁ ନିୟନ୍ତ୍ରଣ କରୁଛି।  ଜଣେ ଅଫିସର ଦଳ ପାଇଁ ପାଣ୍ଠି ସଂଗ୍ରହ ଓ ଟିକେଟ୍ ବଣ୍ଟନ ଆଦି କାମ କରୁଛନ୍ତି।

ସେହିପରି ନବୀନ ଜଣେ ପପେଟ୍‌ ମୁଖ୍ୟମନ୍ତ୍ରୀ କି ବୋଲି ପଚରାଯିବାରେ ନାଁ ନନେଇ ପାଣ୍ଡିଆନଙ୍କୁ ଇଙ୍ଗିତ କରିଥିଲେ ବୈଜୟନ୍ତ। ସେ କହିଥିଲେ, ଅନେକ କହୁଛନ୍ତି ସେହି ଅଫିସର ଏବେ ଛାୟା ମୁଖ୍ୟମନ୍ତ୍ରୀ।  ତାଙ୍କ ବିରୋଧରେ ତଦନ୍ତ ହେବା ଦରକାର।

ବୈଜୟନ୍ତ କହିଥିଲେ ଯେ ୪ ବର୍ଷ ହେଲା ବିଜେଡି ତାର ନୀତି ଓ ଆଦର୍ଶରୁ ଦୂରେଇ ଯାଇଛି। ସେ ନବୀନଙ୍କ ଶତ୍ରୁ ନୁହଁନ୍ତି।

Related story