ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କରୋନା ସଂକ୍ରମିତ ହୋଇଛନ୍ତି।
ସେ ନିଜେ ଟ୍ୱଟ୍ ମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ, ଆଜି ସେ କୋଭିଡ୍-୧୯ ଟେଷ୍ଟ କରି ପଜେଟିଭ୍ ଥିବା ଜାଣିବାକୁ ପାଇଛନ୍ତି।
I underwent #Covid-19 test today & it has turned out positive.
Those who have came in contact with me in last few days are advised to get tested for themselves and take required precautions.— Jual Oram (@jualoram) April 24, 2021
ସେଥିପାଇଁ ଗତ କିଛଦିନ ଧରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଏପଟେ ଶ୍ରୀ ଓରାମ କୋଭିଡ୍ ସଂକ୍ରମିତ ହୋଇଥିବା ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି।