ଗଛରେ ପିଟିହେଲା ସାଂସଦଙ୍କ ସ୍କର୍ପିଓ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା)ଏକ ସଡ଼କ ଦୁର୍ଘଟଣାରେ ଜଗତସିଂହପୁର ସାଂସଦ କୁଳମଣି ସାମଲ ଆହତ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଳକ ଅଞ୍ଚଳକୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ତଥା ପାରାଦୀପରେ ଥିବା ଶିଳ୍ପ ସଂସ୍ଥା ତରଫରୁ ସହାୟତା ପ୍ରଦାନ ସମ୍ପର୍କରେ ଆଲୋଚନା ପାଇଁ ଆସୁଥିବା ବେଳେ ସାଂସଦ ତଥା ଡାକ୍ତର କୁଳମଣି ସାମଲଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ନ ୩ଟାରେ ଏହି ଦୁର୍ଘଟଣା ଘଟିଛି। ଜୟପୁର-ଜଗତସିଂହପୁର ରାସ୍ତାର ସଅଂରା ନିକଟରେ ଗାଡି ଆଗକୁ ଚାଲି ଆସିଥିବା ୨ଜଣ […]

tyi

tyi

Tapas Behera
  • Published: Saturday, 11 May 2019
  • Updated: 11 May 2019, 05:39 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା)ଏକ ସଡ଼କ ଦୁର୍ଘଟଣାରେ ଜଗତସିଂହପୁର ସାଂସଦ କୁଳମଣି ସାମଲ ଆହତ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଳକ ଅଞ୍ଚଳକୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ତଥା ପାରାଦୀପରେ ଥିବା ଶିଳ୍ପ ସଂସ୍ଥା ତରଫରୁ ସହାୟତା ପ୍ରଦାନ ସମ୍ପର୍କରେ ଆଲୋଚନା ପାଇଁ ଆସୁଥିବା ବେଳେ ସାଂସଦ ତଥା ଡାକ୍ତର କୁଳମଣି ସାମଲଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆଜି ଅପରାହ୍ନ ୩ଟାରେ ଏହି ଦୁର୍ଘଟଣା ଘଟିଛି। ଜୟପୁର-ଜଗତସିଂହପୁର ରାସ୍ତାର ସଅଂରା ନିକଟରେ ଗାଡି ଆଗକୁ ଚାଲି ଆସିଥିବା ୨ଜଣ ଲୋକଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା ପାର୍ଶ୍ଵ ଗଛରେ ପିଟିହେଲା କୁଳମଣିଙ୍କ ସ୍କର୍ପିଓ ।

ତେବେ ଏହି ଦୁର୍ଘଟଣାରେ ସାଂସଦ ଡାକ୍ତର ସାମଲ ଆହତ ହୋଇଥିବା ବେଳେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡିଛି । ଚିକିତ୍ସା ପାଇଁ ସାମଲଙ୍କୁ କଟକ ନିଆଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos