ଅପରାଜିତାଙ୍କୁ ଜବାବ ଦେଲେ ମୁନା ଖାଁ, କହିଲେ- ପୁରୀରେ କିଛି ବେଆଇନ କାର୍ଯ୍ୟ ହୋଇନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ଆଜି ସକାଳୁ ବେଶ୍‌ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି, ସେଥିପାଇଁ ଏପରି ଭୟଭୀତ ହୋଇ ପୁରୀକୁ ବାଟ ଛାଡ଼ୁ ନ ଥିବା ସାଂସଦ କହିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ବିଜେଡି ସାଂସଦ ମୁନା ଖାଁ । ମୁନା ଖାଁଙ୍କ କହିବାନୁଯାୟୀ, ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନି, ଯାହା ହୋଇଛି ନିୟମ ଅନୁସାରେ ହୋଇଛି […]

munna-khan & aparajita sarangi

Niharika Rout
  • Published: Wednesday, 27 April 2022
  • , Updated: 27 April 2022, 01:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ଆଜି ସକାଳୁ ବେଶ୍‌ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି, ସେଥିପାଇଁ ଏପରି ଭୟଭୀତ ହୋଇ ପୁରୀକୁ ବାଟ ଛାଡ଼ୁ ନ ଥିବା ସାଂସଦ କହିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ବିଜେଡି ସାଂସଦ ମୁନା ଖାଁ ।

ମୁନା ଖାଁଙ୍କ କହିବାନୁଯାୟୀ, ପୁରୀରେ କୌଣସି ବେଆଇନ କାର୍ଯ୍ୟ ହୋଇନି, ଯାହା ହୋଇଛି ନିୟମ ଅନୁସାରେ ହୋଇଛି । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ବିକାଶ ମୂଳକ କାର୍ଯ୍ୟକ୍ରମ କରୁଛନ୍ତି ସରକାର । ବିଭିନ୍ନ ଆଳ ଦେଖାଇ ନିନ୍ଦା କଲେ କାହାକୁ ମନା କରି ହେବନି । ଘଟଣାକୁ ନେଇ ରାଜନୀତିକରଣ କରାଯାଉଛି ।

ଏଥିସହ ପୁରୀ ଯାଉଥିବା ସାଂସଦଙ୍କୁ ବାଟରେ କାହିଁକି ଅଟକାଗଲା ପ୍ରଶ୍ନର ଉତ୍ତରରେ, ଯଦି ପ୍ରଶାସନ କୌଣସି କାରଣ ଯୋଗୁ ଅନୁମତି ଦେଇ ନାହାନ୍ତି ଜବରଦସ୍ତି କିଛି କରିବା ଉଚିତ ହେବନି । ଲୋକ ଦେଖାଣିଆ କାମ କରିବା ଉଚିତ ନୁହେଁ । ଆଇନଶୃଙ୍ଖଳା ସ୍ଥିତି ବି ଥାଇପାରେ । ରାଲି ପାଇଁ ନିୟମ କାନୁନ ରହିଛି । ସେ କଥା ବୁଝିବା ଦରକାର । ଦର୍ଶନ କରିବା ପାଇଁ କାହାକୁ ମନା ନାହିଁ । ସରକାରଙ୍କ କାମକୁ ସ୍ଥାନୀୟ ବିଧାୟକ, ଗଜପତି ବି ସମର୍ଥନ କରୁଥିବା ବେଳେ  ଘଟଣାକୁ ରାଜନୀତିକରଣ କରାଯାଉଛି  ବୋଲି କହିଛନ୍ତି ସାଂସଦ ମୁନା ଖାଁ ।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ବାହାରିଥିବା  ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ଆଳ ଦେଖାଇ ଚନ୍ଦନପୁର କାଠପୋଲ ନିକଟରୁ ଅଟକାଇଥିଲା ପୁଲିସ୍‌।  ଏକୁଟିଆ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବି ବୋଲି କହି ଅପରାଜିତା ଦୀର୍ଘ ସମୟ ଚାଲି ଚାଲି ଯାଇଥିଲେ। ମାଳତିପୁର ଷ୍ଟେଶନ ନିକଟରେ ହେବା ପରେ ସେଠାରୁ ପୁଣି ଥରେ ଗାଡ଼ିରେ ଯିବାକୁ ଅନୁମତି ଦେଲା ପ୍ରଶାସନ । ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ପଦଯାତ୍ରା କରୁଥିବା ଅପରାଜିତାଙ୍କ ଶୋଭାଯାତ୍ରା ଉପରୁ ଟମାଟୋ ମାଡ଼ ହୋଇଥିବା ଜଣାଯାଇଛି। ଏହାକୁ ନେଇ ସରଗରମ ଅଛି ରାଜନୀତି।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଅପରାଜିତାଙ୍କୁ ଅଟକାଯିବା ଠିକ୍ ନୁହେଁ ବୋଲି କହିବା ସହ ଜଗନ୍ନାଥଙ୍କୁ ନେଇ ରାଜନୀତି କରାଯାଉଥିବା କହିଛନ୍ତି ପିସିସି ସଭାପତି।

Related story