ସମସ୍ତ ପୂଜକଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜକମାନଙ୍କୁ ୫,୦୦୦ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଜଗନ୍ନାଥ ମନ୍ଦିର ପୂଜକଙ୍କୁ ୫,୦୦୦ଟଙ୍କା ଦେବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ସେହିପରି ରାଜ୍ୟର ଅନ୍ୟ ପୂଜକମାନଙ୍କୁ ମଧ୍ୟ  ୫ ,୦୦୦ ଲେଖାଏଁ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। ଏପରି ସହାୟତା ଲକ୍‌ଡାଉନ କାଳରେ ପୂଜକଙ୍କ ପାଇଁ ସହାୟକ ହେବ ବୋଲି  କହିଛନ୍ତି ପ୍ରତାପ। ସେହିପରି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଚିକିତ୍ସାରେ […]

pratap1-2

Tapaswini Nayak
  • Published: Tuesday, 21 April 2020
  • , Updated: 21 April 2020, 09:32 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜକମାନଙ୍କୁ ୫,୦୦୦ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଜଗନ୍ନାଥ ମନ୍ଦିର ପୂଜକଙ୍କୁ ୫,୦୦୦ଟଙ୍କା ଦେବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ।

ସେହିପରି ରାଜ୍ୟର ଅନ୍ୟ ପୂଜକମାନଙ୍କୁ ମଧ୍ୟ  ୫ ,୦୦୦ ଲେଖାଏଁ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। ଏପରି ସହାୟତା ଲକ୍‌ଡାଉନ କାଳରେ ପୂଜକଙ୍କ ପାଇଁ ସହାୟକ ହେବ ବୋଲି  କହିଛନ୍ତି ପ୍ରତାପ।

ସେହିପରି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଚିକିତ୍ସାରେ ଅବହେଳା ନ କରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହାବ୍ୟତୀତ ଆୟୁଷ୍ମାନ ଭାରତ ସ୍କିମ ଲାଗୁ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ  କହିଛନ୍ତି। ସେ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଲାଗୁ ହୋଇ ନ ଥିବାରୁ ରାଜ୍ୟର ଶ୍ରମିକମାନେ ଅସୁବିଧାରେ ପଡ଼ୁଛନ୍ତି। ଲକ୍‌ଡାଉନରେ ରାଜ୍ୟ ବାହାରେ ଅଟକିଥିବା ଶ୍ରମିକ ଅନେକ ସମସ୍ୟାରେ ଅଛନ୍ତି।

ଅନ୍ୟ ୨୫ଟି ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳ ପରି ରାଜ୍ୟ ସରକାର ଏ ସ୍କିମ ଲାଗୁ କରନ୍ତୁ। ଫଳରେ ରାଜ୍ୟବାସୀ ଏହାର ସୁବିଧା ପାଇପାରିବେ ବୋଲି ପ୍ରତାପ ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି।

Related story