ପୋକଲିନ ମେସିନ୍ ଜାଳି ଦେଲେ ଦୁର୍ବୃତ୍ତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ଓଡିଶା ସୀମାନ୍ତ ମନୋହରପୁର ଥାନା ଅନ୍ତର୍ଗତ ଦାନାପାଲିରେ ରାସ୍ତା ନିର୍ମାଣରେ ନିୟୋଜିତ ଏକ ପୋକଲିନକୁ କିଛି ଦୁର୍ବୃତ୍ତ ନିଆଁ ଲଗେଇ ଜାଳି ଦେଇଛନ୍ତି। ବରଙ୍ଗାରୁ ଦାନାପାଲି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମରେ ଏହି ପୋକଲିନ୍‌ ନିୟୋଜିତ ହୋଇଥିଲା। ଗତକାଲି ରାତିରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦାନାପାଲି ନିକଟରେ ଛିଡ଼ାହୋଇଥିବା ବେଳେ ୨ଟି ମୋଟର ସାଇକେଲ ଏବଂ ଏକ ଗାଡ଼ିରେ କିଛି ଅଜଣା ଲୋକ ଆସି ପୋକଲିନକୁ ପୋଡି ଦେଇଥିଲେ। ତେବେ ଏହି ଘଟଣା […]

490-7

Tapas Behera
  • Published: Thursday, 19 December 2019
  • , Updated: 19 December 2019, 04:07 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ଓଡିଶା ସୀମାନ୍ତ ମନୋହରପୁର ଥାନା ଅନ୍ତର୍ଗତ ଦାନାପାଲିରେ ରାସ୍ତା ନିର୍ମାଣରେ ନିୟୋଜିତ ଏକ ପୋକଲିନକୁ କିଛି ଦୁର୍ବୃତ୍ତ ନିଆଁ ଲଗେଇ ଜାଳି ଦେଇଛନ୍ତି। ବରଙ୍ଗାରୁ ଦାନାପାଲି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମରେ ଏହି ପୋକଲିନ୍‌ ନିୟୋଜିତ ହୋଇଥିଲା।

ଗତକାଲି ରାତିରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦାନାପାଲି ନିକଟରେ ଛିଡ଼ାହୋଇଥିବା ବେଳେ ୨ଟି ମୋଟର ସାଇକେଲ ଏବଂ ଏକ ଗାଡ଼ିରେ କିଛି ଅଜଣା ଲୋକ ଆସି ପୋକଲିନକୁ ପୋଡି ଦେଇଥିଲେ। ତେବେ ଏହି ଘଟଣା ମାଓବାଦୀଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଉଛି। ତେବେ ମନୋହରପୁର ପୁଲିସ ଏହା ମାଓବାଦୀଙ୍କ କାମ ନୁହେଁ ବୋଲି ମନା କରିଛି। ଝାରଖଣ୍ଡର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି ଥିବା ବେଳେ ଏଭଳି ଏକ ଘଟଣା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି।

Related story