ମୁମ୍ୱାଇରେ ଚଳନ୍ତା ଟ୍ରେନରୁ ଖସିପଡ଼ି ଓଡ଼ିଆ ଯୁବକ ଗୁରୁତର

ଭୁବନେଶ୍ୱର: ମୁମ୍ୱାଇରେ ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ଓଡ଼ିଆ ଯୁବକ ଗୁରୁତର ହୋଇଛନ୍ତି। ସଂପୃକ୍ତ ଯୁବକଙ୍କ ନାଁ ରାକେଶ ସିଂହ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ବାଇସିଙ୍ଗା ଗାଁରେ। ମୁମ୍ୱାଇରେ ରଙ୍ଗ କାମ କରୁଥିବା ୧୯ ବର୍ଷୀୟ ରାକେଶ ଲୋକାଲ୍ ଟ୍ରେନରେ ଯାଉଥିବା ବେଳେ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏବେ ନଲାସୋପାରା ଇଷ୍ଟ ସ୍ଥିତ ଆଲାଏନ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୁଅର ଚିକିତ୍ସା […]

mumbai

Rakesh Mallick
  • Published: Friday, 16 October 2015
  • , Updated: 16 October 2015, 03:13 AM IST

ଭୁବନେଶ୍ୱର: ମୁମ୍ୱାଇରେ ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ଓଡ଼ିଆ ଯୁବକ ଗୁରୁତର ହୋଇଛନ୍ତି। ସଂପୃକ୍ତ ଯୁବକଙ୍କ ନାଁ ରାକେଶ ସିଂହ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ବାଇସିଙ୍ଗା ଗାଁରେ। ମୁମ୍ୱାଇରେ ରଙ୍ଗ କାମ କରୁଥିବା ୧୯ ବର୍ଷୀୟ ରାକେଶ ଲୋକାଲ୍ ଟ୍ରେନରେ ଯାଉଥିବା ବେଳେ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏବେ ନଲାସୋପାରା ଇଷ୍ଟ ସ୍ଥିତ ଆଲାଏନ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୁଅର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକ ଥିବାରୁ ବାପା ଅକ୍ଷୟ ସିଂହ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଛନ୍ତି।

Related story