ବିକାଶ ପଛେ ପଛେ ବୈଜୟନ୍ତ: ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବିଶାଳ ଅଡିଟୋରିଅମ, ଖର୍ଚ୍ଚ ହୋଇଛି ୩୯୬ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ଆସନ୍ତା ସପ୍ତାହରେ ସାଂସଦ ପାଣ୍ଠିରେ ନିର୍ମିତ ଅଡିଟୋରିୟମ ଉଦଘାଟନ ହେବ। ଏ ସମ୍ପର୍କରେ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ାରେ ଏହି ଅଡିଟୋରିୟମ ପାଇଁ ମୋଟ୍ ୩୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେଥି ମଧ୍ୟରୁ ସାଂସଦ ପାଣ୍ଠିରୁ ୩୭୬ ଲକ୍ଷ ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ରାଜ୍ୟରେ ସାଂସଦ ପାଣ୍ଠି ବ୍ୟୟରେ ନିର୍ମିତ ପ୍ରକଳ୍ପ ମଧ୍ୟରେ ସର୍ବାଧିକ […]

mmm

Rakesh Mallick
  • Published: Thursday, 18 January 2018
  • , Updated: 18 January 2018, 01:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ଆସନ୍ତା ସପ୍ତାହରେ ସାଂସଦ ପାଣ୍ଠିରେ ନିର୍ମିତ ଅଡିଟୋରିୟମ ଉଦଘାଟନ ହେବ। ଏ ସମ୍ପର୍କରେ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ାରେ ଏହି ଅଡିଟୋରିୟମ ପାଇଁ ମୋଟ୍ ୩୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେଥି ମଧ୍ୟରୁ ସାଂସଦ ପାଣ୍ଠିରୁ ୩୭୬ ଲକ୍ଷ ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ରାଜ୍ୟରେ ସାଂସଦ ପାଣ୍ଠି ବ୍ୟୟରେ ନିର୍ମିତ ପ୍ରକଳ୍ପ ମଧ୍ୟରେ ସର୍ବାଧିକ ବୋଲି ବୈଜୟନ୍ତ ଟ୍ୱିଟରେ ଲେଖିଛନ୍ତି। ଏହି ଅଡିଟୋରିୟମରେ ରାଜ୍ୟ, ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଯେକୌଣସି ଇଭେଣ୍ଟ ଆୟୋଜନ ହୋଇପାରିବ ବୋଲି ସାଂସଦ ପଣ୍ଡା ଲେଖିଛନ୍ତି। ପୂର୍ବରୁ ଏଭଳି ଏକ ଅଡିଟୋରିୟମ ବ୍ରହ୍ମପୁରରେ ବିଜୁବାବୁ ପ୍ରତିଷ୍ଠା କରିଥିଲେ।

 

Related story