ଦଣ୍ଡ ନାଚରେ ୨୫ ଦଣ୍ଡୁଆଙ୍କୁ ଅନୁମତି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ନାଚ ଧୂମ୍‌ଧାମ୍‌ରେ ପାଳିତ ହୋଇଥାଏ। ଏଥିରେ ରାଜ୍ୟ ତଥ୍ୟ ପଡ଼ୋଶୀ ରାଜ୍ୟର ଲୋକମାନେ ସାମିଲ୍‌ ହୋଇଥାଆନ୍ତି। ତେବେ ଚଳିତବର୍ଷ କରୋନା ମହାମାରୀର ବଢ଼ୁଥିବା ଗ୍ରାଫ୍‌କୁ ଦେଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ୨୫ ଦଣ୍ଡୁଆଙ୍କୁ ନେଇ ଦଣ୍ଡନାଚ କରିବାକୁ ଅନୁମତି ଦେଇଛି ପ୍ରଶାସନ। ବାହାର ଲୋକଙ୍କୁ ଦଣ୍ଡନାଚକୁ ଅନୁମତି ଦିଆଯିବ ନାହିଁ। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ। କରୋନା ସ୍ଥିତିକୁ […]

Danda Nacha

Manoranjan Sial
  • Published: Saturday, 03 April 2021
  • , Updated: 03 April 2021, 05:34 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ନାଚ ଧୂମ୍‌ଧାମ୍‌ରେ ପାଳିତ ହୋଇଥାଏ। ଏଥିରେ ରାଜ୍ୟ ତଥ୍ୟ ପଡ଼ୋଶୀ ରାଜ୍ୟର ଲୋକମାନେ ସାମିଲ୍‌ ହୋଇଥାଆନ୍ତି। ତେବେ ଚଳିତବର୍ଷ କରୋନା ମହାମାରୀର ବଢ଼ୁଥିବା ଗ୍ରାଫ୍‌କୁ ଦେଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ୨୫ ଦଣ୍ଡୁଆଙ୍କୁ ନେଇ ଦଣ୍ଡନାଚ କରିବାକୁ ଅନୁମତି ଦେଇଛି ପ୍ରଶାସନ। ବାହାର ଲୋକଙ୍କୁ ଦଣ୍ଡନାଚକୁ ଅନୁମତି ଦିଆଯିବ ନାହିଁ। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ। କରୋନା ସ୍ଥିତିକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

https://twitter.com/Ganjam_Admin/status/1378313233434505223?s=20

ସେହିପରି ମାଆ ତାରାତାରିଣୀ ପୀଠରେ ମୁଣ୍ଡନ କରିବାକୁ ବାରଣ କରାଯାଇଛି। ଦୋକାନୀଙ୍କୁ ପଞ୍ଚସୂତ୍ରୀ ଗାଇଡ୍‌ଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି। ମାଆଙ୍କ ପୀଠକୁ ଜିଲ୍ଲା ବାହାର ଲୋକଙ୍କୁ ନଯିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରିଛନ୍ତି।

ପୂର୍ବରୁ ଦଣ୍ଡ ନାଚରେ ୫୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା। ଦେଶ ତଥା ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫ୍‌ ଦେଖି ଗଞ୍ଜାମ ଜିଲ୍ଲା କଟକଣା ଲଗାଇଛନ୍ତି। ଅତିବେଶୀରେ ୨୫ ଜଣ ଲୋକଙ୍କୁ ଦଣ୍ଡନାଚ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୧୯୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୭୦୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story