ଅଫିସ୍‌ ଆଗରେ ଅଳିଆ ଫିଙ୍ଗି ପ୍ରତିବାଦ

ବାରିପଦା (ମାଣିକ ଲାଲ ପାଣି): ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ। ଦରମା ନ ମିଳିବାରୁ  ଅଫିସ୍‌ ପରିସରରେ ଅଳିଆ ଫିଙ୍ଗିଲେ। ଏପରି ପ୍ରତିବାଦ ଦେଖିବାକୁ ମିଳିଛି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ। ବାରିପଦା ପୌରପାଳିକାର ସଫେଇ କର୍ମଚାରୀମାନେ ଆଜି ସକାଳେ ପୂରା ସହରରୁ ଗୋଟାଇ ଆଣିଥିବା ଅଳିଆକୁ ଡମ୍ପିୟାର୍ଡରେ ଫୋଫାଡ଼ି  ନ ଥିଲେ। ସେମାନେ ଏହାକୁ ଆଣି ପୌରପାଳିକା କାର୍ଯ୍ୟାଳୟ ଭିତରେ ଗଦା କରିଥିଲେ। ଗତ ମାସର ଦରମା ମିଳି ନ ଥିବାରୁ ଅଫିସ୍‌ ଭିତରେ ଅଳିଆ […]

barapada,,,

Tapaswini Nayak
  • Published: Wednesday, 13 November 2019
  • , Updated: 13 November 2019, 01:45 PM IST

ବାରିପଦା (ମାଣିକ ଲାଲ ପାଣି): ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ। ଦରମା ନ ମିଳିବାରୁ  ଅଫିସ୍‌ ପରିସରରେ ଅଳିଆ ଫିଙ୍ଗିଲେ। ଏପରି ପ୍ରତିବାଦ ଦେଖିବାକୁ ମିଳିଛି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ।

ବାରିପଦା ପୌରପାଳିକାର ସଫେଇ କର୍ମଚାରୀମାନେ ଆଜି ସକାଳେ ପୂରା ସହରରୁ ଗୋଟାଇ ଆଣିଥିବା ଅଳିଆକୁ ଡମ୍ପିୟାର୍ଡରେ ଫୋଫାଡ଼ି  ନ ଥିଲେ। ସେମାନେ ଏହାକୁ ଆଣି ପୌରପାଳିକା କାର୍ଯ୍ୟାଳୟ ଭିତରେ ଗଦା କରିଥିଲେ। ଗତ ମାସର ଦରମା ମିଳି ନ ଥିବାରୁ ଅଫିସ୍‌ ଭିତରେ ଅଳିଆ ଫୋପାଡ଼ି ଏପରି  ଆନ୍ଦୋଳନ କରିଛନ୍ତି ସଫେଇ କର୍ମଚାରୀମାନେ।

ଜଣେ ସଫେଇ କର୍ମଚାରୀ କହିଛନ୍ତି, “ଆମକୁ ଗତ ମାସର  ଦରମା ମିଳିନାହିଁ। ଦେବେ ଦେବେ କହି ଆମ ସହ ଖେଳୁଛନ୍ତି। ଚଳିବାକୁ ହଇରାଣ ହୋଇ ଯାଉଛୁ। ସେଥିପାଇଁ ଆମେ ଆନ୍ଦୋଳନ କରିଛୁ।” ତେବେ ଏନେଇ ପୌରପାଳିକା କର୍ତ୍ତୃପକ୍ଷଙ୍କ  ପ୍ରତିକ୍ରିୟା ମିଳି ପାରିନାହିଁ।

Related story