ବିଲ ହିଡ଼ ଯୋଗୁ ଛିଣ୍ଡିଗଲା ସମ୍ପର୍କର ଡୋରି

ବଣାଇ(ଓଡ଼ିଶା ରିପୋର୍ଟର): ସାମାନ୍ୟ ବିଲ ହିଡ଼ ଯୋଗୁ ଛିଣ୍ଡିଗଲା ସମ୍ପର୍କର ଡୋରି। ଭାଇ ନେଇଗଲା ଭାଇର ଜୀବନ । ବଡ଼ ଭାଇ କୋଦାଳ ଚୋଟରେ ଚାଲିଗଲା ସାନ ଭାଇର ଜୀବନ । ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡ଼ା ଥାନାର ଜୁନିଅନୀ ଗ୍ରାମରେ ଘଟିଛି। ମୃତକ ହେଲେ ପ୍ରଧାନ ମୁଣ୍ଡା ।  ପୁଲିସ୍‌ ବଡ଼ ଭାଇ ଟପିଆ ମୁଣ୍ଡାଙ୍କୁ ଗିରଫ କରିଛି।  ସୂଚନା ଅନୁଯାୟୀ, ଜମିଜମା ବିବାଦକୁ କେନ୍ଦ୍ର କରି ଦୀର୍ଘ ଦିନ ହେବ […]

attack

Niharika Rout
  • Published: Wednesday, 13 October 2021
  • , Updated: 13 October 2021, 08:55 AM IST

ବଣାଇ(ଓଡ଼ିଶା ରିପୋର୍ଟର): ସାମାନ୍ୟ ବିଲ ହିଡ଼ ଯୋଗୁ ଛିଣ୍ଡିଗଲା ସମ୍ପର୍କର ଡୋରି। ଭାଇ ନେଇଗଲା ଭାଇର ଜୀବନ । ବଡ଼ ଭାଇ କୋଦାଳ ଚୋଟରେ ଚାଲିଗଲା ସାନ ଭାଇର ଜୀବନ । ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡ଼ା ଥାନାର ଜୁନିଅନୀ ଗ୍ରାମରେ ଘଟିଛି। ମୃତକ ହେଲେ ପ୍ରଧାନ ମୁଣ୍ଡା ।  ପୁଲିସ୍‌ ବଡ଼ ଭାଇ ଟପିଆ ମୁଣ୍ଡାଙ୍କୁ ଗିରଫ କରିଛି। 

ସୂଚନା ଅନୁଯାୟୀ, ଜମିଜମା ବିବାଦକୁ କେନ୍ଦ୍ର କରି ଦୀର୍ଘ ଦିନ ହେବ  ଜୁନିଅନୀ ଗ୍ରାମର ୨ ଭାଇ ଟପିଆ ଓ  ପ୍ରଧାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା।  ସାନ ଭାଇ ପ୍ରଧାନ ମୁଣ୍ଡା ନିଜ ଜମିରେ ହିଡ଼ ଦେଉଥିବା ବେଳେ କାଦୁଅ ବଡ଼ ଭାଇ  ଜମିରେ ପଡିଯାଇଥିଲା । ଏହାକୁ କେନ୍ଦ୍ର କରି ୨ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ  ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ବଡ଼ ଭାଇ ଟପିଆ ମୁଣ୍ଡା ସାନଭାଇ ପ୍ରଧାନ ମୁଣ୍ଡାକୁ କୋଦାଳରେ ଆକ୍ରମଣ କରିଥିଲା ।

ପରେ ସ୍ଥାନୀୟ ଲୋକ ପ୍ରଧାନ ମୁଣ୍ଡାଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ବଡ଼ ଭାଇ ଟପିଆକୁ ଅଟକ ରଖି ତଦନ୍ତ କରୁଛି ପୁଲିସ୍‌।

Related story