ରାଜ୍ୟରେ ବଢ଼ୁଛି ଯୌତୁକଜନିତ ହତ୍ୟା ମାମଲା: ୨୦୧୯ରେ ୨୭୮, ୨୦୨୦ରେ ୩୧୧

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହତ୍ୟା ଓ ଯୌତୁକଜନିତ ହତ୍ୟା ମାମଲା ବଢୁଛି। ୨୦୧୯ ମସିହାରେ ୨୭୮ଟି ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଛି। ୨୦୨୦ରେ ୩୧୧ଟି ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଛି। ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ହତ୍ୟା ନେଇ ସେ କହିଛନ୍ତି, ୨୦୧୯ ମସିହାରେ ୧୩୫୬ ହତ୍ୟା ମାମଲା ରୁଜୁ ହୋଇଛି। ୨୦୨୦ ମସିହାରେ ୧୪୭୦ ହତ୍ୟା ମାମଲା ରୁଜୁ ହୋଇଥିବା ଶ୍ରୀ ମିଶ୍ର କହିଛନ୍ତି। ସେହିପରି […]

Bride

Manoranjan Sial
  • Published: Monday, 06 September 2021
  • , Updated: 06 September 2021, 05:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହତ୍ୟା ଓ ଯୌତୁକଜନିତ ହତ୍ୟା ମାମଲା ବଢୁଛି। ୨୦୧୯ ମସିହାରେ ୨୭୮ଟି ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଛି। ୨୦୨୦ରେ ୩୧୧ଟି ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଛି। ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।

ହତ୍ୟା ନେଇ ସେ କହିଛନ୍ତି, ୨୦୧୯ ମସିହାରେ ୧୩୫୬ ହତ୍ୟା ମାମଲା ରୁଜୁ ହୋଇଛି। ୨୦୨୦ ମସିହାରେ ୧୪୭୦ ହତ୍ୟା ମାମଲା ରୁଜୁ ହୋଇଥିବା ଶ୍ରୀ ମିଶ୍ର କହିଛନ୍ତି।

ସେହିପରି ରାଜ୍ୟରେ ଦୁଷ୍କର୍ମ ଜନିତ ଅପରାଧ ସଂଖ୍ୟା ବଢୁଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି-“୨୦୧୯ମସିହାରେ ୨୯୫୦ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୨୦୨୦ ମସିହାରେ ୨୯୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୨୦୧୯ ମସିହାରେ ୧୬୩୫ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ୨୦୨୦ ମସିହାରେ ୧୬୪୬ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

Related story