ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ: ଗୁଣିଆ ସଂଦେହରେ ପିଟିପିଟି ହତ୍ୟା

ମାଲକାନଗିରି(ଓଡ଼ିଶା ରିପୋର୍ଟର) ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଇତାଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ଗୁଣିଆ ସଂଦେହରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ମୃତକ ହେଲେ ଇର୍ମା କାର୍ତ୍ତାମୀ। ଗତ କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ପୂର୍ବାନୁମାନ କରିଥିଲେ ଇର୍ମା । ୨ଦିନ ତଳେ ଇର୍ମା ପୂର୍ବାନୁମାନ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।  ଏହାକୁ ନେଇ ସେ ସଂଦେହ ଘେରକୁ ଆସିଥିଲେ।  ଗୁଣି ଗାରେଡ଼ି ସଂଦେହରେ […]

b-9087

Tapas Behera
  • Published: Sunday, 22 December 2019
  • , Updated: 22 December 2019, 08:38 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର) ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଇତାଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ଗୁଣିଆ ସଂଦେହରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ମୃତକ ହେଲେ ଇର୍ମା କାର୍ତ୍ତାମୀ। ଗତ କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ପୂର୍ବାନୁମାନ କରିଥିଲେ ଇର୍ମା ।

୨ଦିନ ତଳେ ଇର୍ମା ପୂର୍ବାନୁମାନ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।  ଏହାକୁ ନେଇ ସେ ସଂଦେହ ଘେରକୁ ଆସିଥିଲେ।  ଗୁଣି ଗାରେଡ଼ି ସଂଦେହରେ ଗାଁରେ ପ୍ରଜାକୋର୍ଟ ବସାଇ ଦିଆଯାଇଥିଲା ମୃତ୍ୟୁ ଦଣ୍ଡ।  ୧୦ଜଣ ବ୍ୟକ୍ତି ଇର୍ମାଙ୍କୁ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି । ଏନେଇ ମୃତକଙ୍କ ସ୍ତ୍ରୀ ଥାନାରେ ଏତଲା ଦେବା ପରେ କାଲିମେଳା ପୁଲିସ ୪ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି।  ତେବେ ଏନେଇ ପୁଲିସ କିମ୍ବା ଗ୍ରାମବାସୀଙ୍କ ପ୍ରତିକ୍ରିୟା ମିଳିପାରିନାହି।

Related story