ଯିଏ ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ପାଇଁ ତିଆରି ହୋଇଥିଲା, ଦିନକ ପରେ ତା’ ଉପରେ ଚାଲିବ ବୋଲ୍‌ଡୋଜର...

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ଲଙ୍ଗୁଳି ମଠ ଓ ଏମାର ମଠ ମାଟିରେ ମିଶିବା ପରେ ଏବେ ପାଳି ଆଉ ଏକ ପୁରାତନ ଐତିହ୍ୟ ବଡ଼ ଆଖଡ଼ା ମଠର। ଛୁଟି ଥିବାରୁ ଦିନକ ପରେ ୟାକୁ ବି ଧୂଳିସାତ୍ କରିବ ପ୍ରଶାସନ। ତେବେ ବିନା ପରାମର୍ଶରେ ୭୫ ମିଟର ଉଚ୍ଛେଦ ଅଭିଯାନରେ ମଠ ସଂସ୍କୃତିର ଧ୍ୱଂସ ସାଙ୍ଗକୁ ବ୍ୟବସାୟୀଙ୍କୁ ଜୀବୀକା ଶୂନ୍ୟ କରାଯିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଜବାବରେ ଆଇନମନ୍ତ୍ରୀ […]

v-9000

Tapas Behera
  • Published: Sunday, 01 September 2019
  • , Updated: 01 September 2019, 09:10 PM IST

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ଲଙ୍ଗୁଳି ମଠ ଓ ଏମାର ମଠ ମାଟିରେ ମିଶିବା ପରେ ଏବେ ପାଳି ଆଉ ଏକ ପୁରାତନ ଐତିହ୍ୟ ବଡ଼ ଆଖଡ଼ା ମଠର। ଛୁଟି ଥିବାରୁ ଦିନକ ପରେ ୟାକୁ ବି ଧୂଳିସାତ୍ କରିବ ପ୍ରଶାସନ। ତେବେ ବିନା ପରାମର୍ଶରେ ୭୫ ମିଟର ଉଚ୍ଛେଦ ଅଭିଯାନରେ ମଠ ସଂସ୍କୃତିର ଧ୍ୱଂସ ସାଙ୍ଗକୁ ବ୍ୟବସାୟୀଙ୍କୁ ଜୀବୀକା ଶୂନ୍ୟ କରାଯିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଜବାବରେ ଆଇନମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଉଛି। ତେଣୁ ଏହାର ରାଜନୀତି କରଣ ନହେଉ।

ଇତିହାସ କହେ ଜଗନ୍ନାଥ ମନ୍ଦିରକୁ ବର୍ହିଃ ଶତ୍ରୁ ଆକ୍ରମଣରୁ ରକ୍ଷା ଉଦ୍ଦେଶ୍ୟରେ ୧୪୦୨ ମସିହାରେ ବୈଷ୍ଣବ ନାଗା ସାଧୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଐତିହ୍ୟ ସଂପନ୍ନ ବଡ଼ ଆଖଡ଼ା ମଠ। ସେବେଠୁ ଶ୍ରୀମନ୍ଦିର ରୀତି ନୀତି ସହକାରେ ଚାଲିଛି ପୂଜାର୍ଚ୍ଚନା ଓ ନାମ ସଂକୀର୍ତ୍ତନ। ବର୍ଷ ବର୍ଷ ଧରି ଏଠି ସାଧୁ ସଂନ୍ଥଙ୍କ ସେବା ଓ ଆତିଥ୍ୟ ସାଙ୍ଗକୁ ହୋଇଛି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଚାଲିଛି। ହେଲେ ସରକାରଙ୍କ ପକ୍ଷରୁ ଚାଲିଥିବା ୭୫ ମିଟର ଉଚ୍ଛେଦ  ଅଭିଯାନରେ ଦିନକ ପରେ ଏହି ବହୁ ପୁରାତନ ମଠର ପାଳି ପଡ଼ିବ।

ପୁରୀ ମ୍ୟୁନିସ୍‌ପାଲିଟି ପକ୍ଷରୁ ଏଥିଲାଗି ମିଳିସାରିଛି ବିଧିବଦ୍ଧ ନୋଟିସ୍ । ମାପଚୁପ ସରିଛି ଓ ସାମାନପତ୍ର ସ୍ଥାନାନ୍ତର ଆରମ୍ଭ ହୋଇଛି । ମଠ ମାଟିରେ ମିଶିଯିବା କଥା ଶୁଣି ବାକ୍ୟଶୂନ୍ୟ ହୋଇଛନ୍ତି ମହନ୍ତ ଓ ଅନ୍ତେବାସୀ। ଐତିହ୍ୟ ସୁରକ୍ଷା ନାଁରେ ଶ୍ରୀକ୍ଷେତ୍ରରେ ଚାଲିଥିବା ମଠ ସଂସ୍କୃତିର ବିନାଶ ଓ ବ୍ୟବସାୟୀଙ୍କ ପେଟକୁ ଲାତ ଅଭିଯୋଗ ଆଣି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ। ବିନା ପରାମର୍ଶରେ ୭୫ ମିଟର ଉଚ୍ଛେଦକୁ ପୁରୀ ବିଧାୟକ ଜୋରଦାର ବିରୋଧ କରିଥିବାବେଳେ କଂଗ୍ରେସ କହିଛି ସରକାର କିଛି ଠିକ୍ କରୁନାହାନ୍ତି । ଆଇନମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି, ଏହାକୁ ରାଜନୀତି କରଣ କରାନଯାଉ।

Related story