କୋରାପୁଟରେ ଛତୁ କିଲୋ ୬୦୦

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ବଜାରରେ ଏବେ ଭଳିକି ଭଳି ଜଙ୍ଗଲି ଛତୁ ବିକ୍ରି ହେଉଛି। କଢ ଛତୁ ଦାମ୍‌ ୬୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଫୁଟିବା ଛତୁ କିଲୋ ପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଛି। ଭାଦ୍ରବ ଓ ଆଶ୍ୱିନ ଏହି ଦୁଇ ମାସରେ ଏହି ଛତୁ ମିଳିଥାଏ। ଭାଦ୍ରବରେ ଲଗାଣ ବର୍ଷା ଯୋଗୁ ବଜାରରୁ କମ୍‌ ପରିମାଣର ଛତୁ ଆସିଥିଲା। ଏବେ କିନ୍ତୁ ବର୍ଷା କମିବା ପରେ ପ୍ରଚୁର ପରିମାଣର ଛତୁ ବଜାରକୁ […]

chatuaa

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 05:49 PM IST

କୋରାପୁଟ (ସୂର୍ଯ୍ୟ ପଣ୍ଡା): କୋରାପୁଟ ବଜାରରେ ଏବେ ଭଳିକି ଭଳି ଜଙ୍ଗଲି ଛତୁ ବିକ୍ରି ହେଉଛି। କଢ ଛତୁ ଦାମ୍‌ ୬୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଫୁଟିବା ଛତୁ କିଲୋ ପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଛି। ଭାଦ୍ରବ ଓ ଆଶ୍ୱିନ ଏହି ଦୁଇ ମାସରେ ଏହି ଛତୁ ମିଳିଥାଏ। ଭାଦ୍ରବରେ ଲଗାଣ ବର୍ଷା ଯୋଗୁ ବଜାରରୁ କମ୍‌ ପରିମାଣର ଛତୁ ଆସିଥିଲା। ଏବେ କିନ୍ତୁ ବର୍ଷା କମିବା ପରେ ପ୍ରଚୁର ପରିମାଣର ଛତୁ ବଜାରକୁ ଆସୁଛି। ପୂର୍ବରୁ ଜଙ୍ଗଲ ଛତୁ କିଲୋ ପିଛା ୧୬୦୦ ଟଙ୍କାରେ ବିକ୍ରି ହେଉଥିଲା। ମହାମାରୀ କରୋନା ପାଇଁ ଏବେ ଏହାର ଦାମ ୬୦୦ ଟଙ୍କା ବିକ୍ରି ହେଉଛି।

ଏହି ଜଙ୍ଗଲୀ ଛତୁ ଦର ଅଧିକ ରହିଥିଲେ ମଧ୍ୟ ଚାହିଦା ବେଶ ରହିଛି।‌ ଲୋକମାନେ ଦରକୁ ଖାତିର ନକରି କିଣୁଥିବା ଦେଖିବାକୁ ମିଳିଛି। ସାଧାରଣତଃ ଏହି ଦୁଇ ମାସରେ ଛତୁ ଜଙ୍ଗଲରୁ ସଂଗ୍ରହ ହୋଇଥାଏ। ଆଉ କରୋନା କଟକଣା ଯୋଗୁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଏହା ଗରିବ ଶ୍ରେଣୀ, ବିଶେଷ କରି ଛୋଟ ବ୍ୟବସାୟୀଙ୍କ ଭଲ ଦି’ ପଇସା ରୋଜଗାର ହୋଇ ପାରୁଛି। ସ୍ଥାନୀୟ ଆଦିବାସୀମାନେ ଏହା ଜଙ୍ଗଲରୁ ସଂଗ୍ରହ କରି ନିକଟସ୍ଥ ବଜାରରେ ବିକ୍ରି କରି ଥାଆନ୍ତି।

Related story