ରେଳ ଧାରଣାରୁ ଯୁବକ ଓ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା  ହୀରାକୁଦ ଷ୍ଟେସନ ନିକଟ ଏ. କଟାପାଲି ଓଭରବ୍ରିଜ ନିକଟରେ।  ଉଭୟଙ୍କର ପରିଚୟ ମିଳିନାହିଁ। ଏହା ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ ରହିଛି। ମୃତଦେହ ପାଖରେ ଚପଲ, ବିସ୍କୁଟ, ଖାତା, ବ୍ଲୁ ଟୁଥ୍, ବ୍ୟାଗ ଓ ପାଉଁଜି ପଡ଼ିଛି। ଆଜି ସକାଳେ ଯୁବକ ଓ ଯୁବତୀଙ୍କ ମୃତଦେହ ରେଳଧାରଣାରେ ପଡ଼ିଥିବା ସ୍ଥାନୀୟ ଲୋକେ […]

railway station

Tapaswini Nayak
  • Published: Thursday, 14 April 2022
  • , Updated: 14 April 2022, 11:07 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା  ହୀରାକୁଦ ଷ୍ଟେସନ ନିକଟ ଏ. କଟାପାଲି ଓଭରବ୍ରିଜ ନିକଟରେ।  ଉଭୟଙ୍କର ପରିଚୟ ମିଳିନାହିଁ। ଏହା ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ ରହିଛି। ମୃତଦେହ ପାଖରେ ଚପଲ, ବିସ୍କୁଟ, ଖାତା, ବ୍ଲୁ ଟୁଥ୍, ବ୍ୟାଗ ଓ ପାଉଁଜି ପଡ଼ିଛି।

ଆଜି ସକାଳେ ଯୁବକ ଓ ଯୁବତୀଙ୍କ ମୃତଦେହ ରେଳଧାରଣାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବୁର୍ଲା ପୁଲିସକୁ ଖବର ଦେଇଥିଲେ।  ବୁର୍ଲା ପୁଲିସ ଜିଆରପିକୁ ଖବର ଦେଇଥିଲେ। ବୁର୍ଲା ପୁଲିସ ଓ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Related story