ସେଦିନ ଲେଡି ପ୍ରଫେସରଙ୍କ ଝୁଲନ୍ତା ଶବ ମିଳିଥିଲା, ଆଜି ସୁରକ୍ଷା କର୍ମୀଙ୍କ ପ୍ରାଣ ଗଲା

Ordigital Desk
  • Published: Friday, 02 February 2018
  • , Updated: 02 February 2018, 07:39 PM IST
<p>ରାଉରକେଲା (ଓଡ଼ିଶା ରିପୋର୍ଟର): ରହସ୍ୟର ମାୟାଜାଲ ମଧ୍ୟରେ ରାଉରକେଲା ପଦ୍ମନାଭ ଇଂଜିନିୟରିଂ କଲେଜ। ଆଜି ଏଠାରେ ପୁଣି ଘଟିଛି ଏକ ସନ୍ଦେହଜନକ ମୃତ୍ୟୁ। ଗତ ୨୭ ତାରିଖରେ କଲେଜର ପ୍ରଫେସର ଝରଣା ଦଳେଇଙ୍କ ରହସ୍ୟମୟ ମୃତ୍ୟୁ ଘଟିଥିଲା। ଏହାର ସାକ୍ଷୀ କୁହାଯାଉଥିବା ସୁରକ୍ଷା କର୍ମୀ ରମେଶ ଗୌଡ଼ଙ୍କର ଆଜି ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି। କଲେଜ ପରିସରରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଇସ୍ପାତ୍ ଜେନେରାଲ ହସ୍ପିଟାଲ ନିଆଯାଉଥିଲା। ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ମୃତଦେହ ଜବତ କରି ତନାଘନା ଚଳାଇଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା କୁହେଳିକା ସୃଷ୍ଟି ହୋଇଛି।</p> <p>ଗତ ୨୭ ତାରିଖରେ ଇଲେକଟ୍ରୋନ୍ସି ବିଭାଗର ପ୍ରଫେସର ଝରଣା ଦଳେଇଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ନିଜ ଚୂନିରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କଲେକ କର୍ତ୍ତୃପକ୍ଷ କହିଥିଲେ। ତେବେ ଝରଣାଙ୍କ ମୃତ୍ୟୁ ପାଇଁ କଲେଜର ଜଣେ ଅଧ୍ୟାପକ ଦେବେନ୍ଦ୍ର ମୁଦୁଲିଙ୍କ ଦାୟୀ କରିଥିଲେ ତାଙ୍କ ପରିବାର ଲୋକେ। ତେବେ ଏନେଇ କଲେଜ କର୍ତ୍ତୃପକ୍ଷ କିମ୍ବା ଅଧ୍ୟାପକ ଦେବେନ୍ଦ୍ର ମୁଦୁଲିଙ୍କୁ ପ୍ରତିକ୍ରିୟା ମିଳିପାରିନି। ପୋଲିସ ପ୍ରଫେସର ଝରଣାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିପାରିନଥିବା ବେଳେ ସୁରକ୍ଷା ଗା଼ର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ଠିଆ କରିଛି ଅନେକ ପ୍ରଶ୍ନ।</p> <p>ଝରଣା ନିଜ ସୁଇସାଇଡ୍ ନୋଟ୍&zwnj;ରେ ନିଜ ମୃତ୍ୟୁ ଲାଗି ଅଧ୍ୟାପକ ଦେବେନ୍ଦ୍ର ମୁଦୁଲିଙ୍କୁ ଦାୟୀ କରିଥିଲେ। ପୋଲିସ ତାଙ୍କ ମୃତଦେହ ନିକଟରୁ ଏକ ଫୋନ ବି ଜବତ କରିଥିଲା। ସୁରକ୍ଷାକର୍ମୀ ରମେଶ ଗୌଡ଼ ହିଁ ପ୍ରଥମେ ମୃତଦେହ ଦେଖିଥିଲେ। ତେଣୁ ତାଙ୍କର ଆକସ୍ମିକ ମୃତ୍ୟୁ, ଘଟଣାକୁ ଆହୁରି ରହସ୍ୟମୟ କରିଛି।</p>

Related story