ଭିତର ରତ୍ନଭଣ୍ଡାରେ ରହିଛି ୩୪ ଜଣ ପରାଜିତ ରାଜାଙ୍କ ମୁକୁଟ, କିରିଟି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ମଧ୍ୟରେ ରହିଥିବା ରତ୍ନଭଣ୍ଡାର ଖୋଲିବା ବିବାଦ ବଢିବଢି ଚାଲିଛି। ତା ସହ ବଢି ବଢି ଚାଲିଛି ଉତ୍କଣ୍ଠା। କ’ଣ ଅଛି ଏହା ମଧ୍ୟରେ ଯାହାକୁ ନେଇ ଏତେ ଆଲୋଚନା ଏତେ ତର୍ଜମା। ନାନା ମୁନିଙ୍କ ନାନା ମତ ଭଳି  ଏହି ରତ୍ନଭଣ୍ଡାରର କୁହୁକ ପେଡି ସମ୍ପର୍କରେ ଭିନ୍ନ ଭିନ୍ନ ମତ ଆସୁଛି। କେତେକ ଗବେଷକ କହୁଛନ୍ତି ଏହା ପ୍ରାଚୀନ ଉତ୍କଳର ଗାରିମାକୁ ନିଜ ବକ୍ଷରେ ଧାରଣ କରିଛି। ଓଡିଶା ଇତିହାସରେ ଶ୍ରୀମନ୍ଦିର ଉପରେ […]

parajit

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 09:51 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ମଧ୍ୟରେ ରହିଥିବା ରତ୍ନଭଣ୍ଡାର ଖୋଲିବା ବିବାଦ ବଢିବଢି ଚାଲିଛି। ତା ସହ ବଢି ବଢି ଚାଲିଛି ଉତ୍କଣ୍ଠା। କ’ଣ ଅଛି ଏହା ମଧ୍ୟରେ ଯାହାକୁ ନେଇ ଏତେ ଆଲୋଚନା ଏତେ ତର୍ଜମା। ନାନା ମୁନିଙ୍କ ନାନା ମତ ଭଳି  ଏହି ରତ୍ନଭଣ୍ଡାରର କୁହୁକ ପେଡି ସମ୍ପର୍କରେ ଭିନ୍ନ ଭିନ୍ନ ମତ ଆସୁଛି। କେତେକ ଗବେଷକ କହୁଛନ୍ତି ଏହା ପ୍ରାଚୀନ ଉତ୍କଳର ଗାରିମାକୁ ନିଜ ବକ୍ଷରେ ଧାରଣ କରିଛି। ଓଡିଶା ଇତିହାସରେ ଶ୍ରୀମନ୍ଦିର ଉପରେ ୧୮ ଥର ଆକ୍ରମଣ ହୋଇଛି। ଶ୍ରୀମନ୍ଦିର ଲୁଣ୍ଠନ କରିବାକୁ ବାରମ୍ବାର ଚେଷ୍ଟା କରାଯାଇଛି। କିନ୍ତୁ ଏଥିରେ ସଫଳ ହୋଇପାରି ନାହାନ୍ତି ବିଧର୍ମିମାନେ। କେତେବେଳେ ମହାପ୍ରଭୁଙ୍କ ଗୁପ୍ତରେ ସ୍ଥାନାନ୍ତର କରାଯାଇଛି ତ କେତେବେଳେ ଶ୍ରୀମନ୍ଦିର ୪ ଦ୍ୱାର ବନ୍ଦ କରି ଆକ୍ରମଣକାରୀଙ୍କ ଉଦ୍ୟମ ପଣ୍ଡ କରି ଦିଆଯାଇଛି। ବହୁ କଷ୍ଟରେ ଏହାକୁ ସୁରକ୍ଷା ଦିଆଯାଇଛି।

ଇତିହାସ କୁହେ ଗଜପତି ଓ ସୂର୍ଯ୍ୟବଂଶୀ ରାଜାମାନେ ପ୍ରବଳ ପରାକ୍ରମୀ ଥିଲେ। ସେମାନଙ୍କ ସହ ଯୁଦ୍ଧ କରୁଥିବା ରାଜାମାନେ ଅନେକ ଥର ପରାଜିତ ହୋଇଛନ୍ତି। ହେଲେ ଉତ୍କଳୀୟ ରାଜାମାନେ ନିଜକୁ ରାଉତ ପଣରେ ଜଗନ୍ନାଥ ମହାପ୍ରଭୁଙ୍କ ସମର୍ପିତ ହୋଇଥିବାରୁ ରାଜା ନୁହେଁ ଆଦ୍ୟ ସେବକ ଭାବେ ସେବା କରିଛନ୍ତି। ଏଣୁ ଉତ୍କଳୀୟ ରାଜାଙ୍କଠାରୁ ପରାଜିତ ହେଉଥିବା ରାଜାଙ୍କ ମୁକୁଟ ଓ କିରିଟି ଏହି ରତ୍ନଭଣ୍ଡାରେ ହିଁ ଗଚ୍ଛିତ ରହିଛି ବୋଲି କହିଛନ୍ତି ଗେବେଷଣ ଡଃ. ସୁରେନ୍ଦ୍ର ମିଶ୍ର।

ମିଶ୍ର ନିଜ ଗବେଷଣା ଆଧାରରେ କହିଛନ୍ତି ଯେ, ୪୬ ଜଣ ରାଜା ଉତ୍କଳ ନରପତିମାନଙ୍କ ଦ୍ୱାରା ପରାଜିତ ହୋଇଥିବା ବେଳେ ସେମାନଙ୍କ କିରିଟି ଏହା ମଧ୍ୟରେ ରହିଛି। କିନ୍ତୁ ୧୯୭୮ ମସିହାରେ ପ୍ରଥମ ଭିତର ରତ୍ନଭଣ୍ଡାର ଯାଞ୍ଚ ହୋଇ ତାଲିକା ହେବାବେଳେ ମାତ୍ର ୩୪ ଜଣ ରାଜାଙ୍କ କିରିଟି ଏଥିରେ ରହିଥିବା ତାଲିକାଭୁକ୍ତ ହୋଇଛି। ବାକି ୧୨ ଜଣ ରାଜାଙ୍କ ମୁକୁଟ ସମ୍ଭତଃ ୩ୟ କିମ୍ବା ୪ର୍ଥ ରତ୍ନଭଣ୍ଡାରରେ ରହିଥାଇପାରେ ବୋଲି ସେ କହିଛନ୍ତି।

ଏହି ରତ୍ନଭଣ୍ଡାରେ ବହୁ ଦୁମୂଲ୍ୟ ଅଳଙ୍କାର ରହିଛି। ସୁନା, ରୂପା, ମୋତି, ହିରା ଭଳି ଦୁର୍ଲଭ ଧାତୁ ଏଠାରେ ରହିଥିବା ବେଳେ ବୈଦୁର୍ଯ୍ୟ, ମାଣିକ୍ୟ ଭଳି ବିରଳ ସମ୍ପଦା ମଧ୍ୟ ଏହା ମଧ୍ୟରେ ରହିଛି। ଯାହା ଏବେ ସାରା ବିଶ୍ୱରେ ବିରଳ।

Related story