କାଳିଆ ଭାବରେ ବନ୍ଧା ବିଦେଶିନୀ, ଜର୍ମାନୀରୁ ଆସି ପାଲଟିଗଲେ ଖାଣ୍ଟି ଓଡ଼ିଆଣୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ପ୍ରେମରେ ବନ୍ଧା ବିଦେଶିନୀ । ସନାତନ ଧର୍ମ ସହ ଜଗନ୍ନାଥଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ଜର୍ମାନୀରୁ  ଆସିଥିବା ମହିଳା ଲୀଳାବତୀ ଦାସୀ । ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି, ଶ୍ରୀମଦ୍ ଭାଗବତ ପ୍ରାଞ୍ଜଳ ଭାବେ କହିପାରୁଛନ୍ତି। ପ୍ରଭୁଙ୍କୁ ଦେଖିଲେ ଭୋକ ଶୋଷ ଭୁଲିଯାଉଛନ୍ତି ଲୀଳାବତୀ । ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । […]

foreigne lady

Niharika Rout
  • Published: Wednesday, 14 July 2021
  • , Updated: 14 July 2021, 12:01 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ପ୍ରେମରେ ବନ୍ଧା ବିଦେଶିନୀ । ସନାତନ ଧର୍ମ ସହ ଜଗନ୍ନାଥଙ୍କ ପ୍ରେମରେ ନିଜକୁ ହଜାଇ ଦେଇଛନ୍ତି ଜର୍ମାନୀରୁ  ଆସିଥିବା ମହିଳା ଲୀଳାବତୀ ଦାସୀ । ଜଗନ୍ନାଥଙ୍କ ଜଣାଣ ଗାଉଛନ୍ତି, ଶ୍ରୀମଦ୍ ଭାଗବତ ପ୍ରାଞ୍ଜଳ ଭାବେ କହିପାରୁଛନ୍ତି। ପ୍ରଭୁଙ୍କୁ ଦେଖିଲେ ଭୋକ ଶୋଷ ଭୁଲିଯାଉଛନ୍ତି ଲୀଳାବତୀ ।

ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । ତେବେ ବିଦେଶିନୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରିପାରୁନାହାନ୍ତି ।

ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କୁ ବାରଣ ଥିବାରୁ ସେ ମନ ଭିତରେ କାଳିଆକୁ ଡାକୁଥିବା କୁହନ୍ତି । ଓଡିଆଣୀ ଭଳି ରାତି ପାହିଲେ ଗାଧୋଇ ପାଧୋଇ ତୁଳସୀ ଗଛମୂଳେ ପୂଜାର୍ଚ୍ଚନା କରିବା ସହ ତୁଳସୀ ପାଣିକୁ ପାଇଥାନ୍ତି । ଆଉ ତାପରେ ଗୋବିନ୍ଦଙ୍କ ପାଖରେ ଭଜନ ଓ କୀର୍ତ୍ତନ କରିଥାନ୍ତି ଲୀଳାବତୀ ।

କାଳିଆ ପ୍ରେମରେ ଅନ୍ଧ  ଲୀଳାବତୀ କୁହନ୍ତି,  ହରି ନାମରେ ଯେଉଁ ଆନନ୍ଦ ଅଛି, ତାହା କଣ ମଣିଷ କେଉଁ ଜନ୍ମରେ ବି ପାଇ ପାରିବ ନାହିଁ । ତାଙ୍କ ଦେଶ ଭଳି ପାଶ୍ଚାତ୍ୟ ଦେଶରେ ଲୋକେ କେବଳ ଧନ, ଯୌବନ, ଚାକିରୀ ଓ ପିଲାଛୁଆ ପଛରେ ଦୌଡ଼ଛନ୍ତି । କିନ୍ତୁ ହରିଙ୍କୁ ସ୍ମରଣ କଲେ ଯେଉଁ ଶାନ୍ତି ଓ ଆନନ୍ଦ ମିଳେ, ତାହା କୌଣସି ବିଳାସବ୍ୟସନ ଜୀବନରେ ନାହିଁ । ସେଥିପାଇଁ ସେ ବିବାହ ବନ୍ଧନରେ ବାନ୍ଧି ନହୋଇ ସନାତନ ଧର୍ମର ମର୍ମ କଥାକୁ ଭଲ ଭାବେ ବୁଝିଛନ୍ତି ।

ଆଜିକୁ ୨୦ ବର୍ଷ ତଳେ ନିଜ ଦେଶରେ ଥିବା ରାଧକୃଷ୍ଣ ଆଶ୍ରମରେ ଗୀତା ଓ ଭାଗବତରେ କୃଷ୍ଣଙ୍କ କଥା ଶୁଣିଥିଲେ । ଆଉ ସେବେ ଠାରୁ ସେ କାଳିଆ ଭାବରେ ବନ୍ଧା ପଡ଼ିଛନ୍ତି । ସେ ମଝିରେ ମଝିରେ ଭାରତକୁ ଆସି ବିଭିନ୍ନ ତୀର୍ଥ ସ୍ଥାନ ଯେମିତି ବୃନ୍ଦାବନ, କାଶୀ ଓ ନବଦୀପ ନଦିଆରେ ଅନେକ ଦିନ କାଟିବା ପରେ ଶେଷରେ ଓଡିଶାରେ ପହଞ୍ଚିଛନ୍ତି । ଖନ୍ତାପଡାର ଶ୍ରୀକୃଷ୍ଣ ଚୌତନ୍ୟ ମିଶନ ମଠକୁ ଆସି ସେଠାରେ ହିଁ ସବୁଦିନ ରହିବା ପାଇଁ ବାଛିନେଇଛନ୍ତି ।

Related story