ନ-ତାଲାରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର: ବିଭାଗୀୟ ମୁଖ୍ୟ ଦପ୍ତର ବା ନ-ତାଲାରୁ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ପ୍ରତାପ ଚନ୍ଦ୍ର ସ୍ୱାଇଁ। ସୁରଟର ଏକ ଘରୋଇ କମ୍ପାନୀରେ ସେ ସିନିୟର ମ୍ୟାନେଜର ଭାବେ କାମ କରୁଥିଲେ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ବରିସାହି ଗାଁରେ। ଦୀର୍ଘଦିନ ହେଲା ସେ ମାନସିକ ଭାବେ ଅସୁସ୍ଥ ଥିଲେ ଓ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଆଜି ମଧ୍ୟାହ୍ନରେ ତିନି ମହଲାରେ […]

natala

Rakesh Mallick
  • Published: Friday, 12 June 2015
  • , Updated: 12 June 2015, 02:00 PM IST

ଭୁବନେଶ୍ୱର: ବିଭାଗୀୟ ମୁଖ୍ୟ ଦପ୍ତର ବା ନ-ତାଲାରୁ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ପ୍ରତାପ ଚନ୍ଦ୍ର ସ୍ୱାଇଁ। ସୁରଟର ଏକ ଘରୋଇ କମ୍ପାନୀରେ ସେ ସିନିୟର ମ୍ୟାନେଜର ଭାବେ କାମ କରୁଥିଲେ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ବରିସାହି ଗାଁରେ। ଦୀର୍ଘଦିନ ହେଲା ସେ ମାନସିକ ଭାବେ ଅସୁସ୍ଥ ଥିଲେ ଓ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଆଜି ମଧ୍ୟାହ୍ନରେ ତିନି ମହଲାରେ ଶବ୍ଦ ଶୁଭିବାରୁ, ନ-ତାଲା କର୍ମଚାରୀମାନେ ଆସି ତାଙ୍କୁ ପଡ଼ିବା ଦେଖିଥିଲେ। ନ-ତାଲା ଉପରୁ ତାଙ୍କ ଚପଲ ଓ କଲମ ମିଳିଛି। ତାଙ୍କ ସାର୍ଟ ପକେଟରୁ ସୁଇସାଇଡ୍ ନୋଟ୍ ମିଳିଥିବା ସୂଚନା ମିଳିଛି। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Related story