ଆନ୍ଦୋଳନକୁ ଓହ୍ଲାଇଲା ନବ ନିର୍ମାଣ କୃଷକ ସଙ୍ଗଠନ: ଆସନ୍ତାକାଲି ରାଜଧାନୀରେ ଚାଷୀ ସମାବେଶ

କଟକ: ଚାଷୀଙ୍କୁ ପ୍ରେଷ୍ଟିଜ୍, ପ୍ରାଇସ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ବୁଧବାରଠାରୁ ଆନ୍ଦୋଳନ ଆରମ୍ଭ କରିଛି। ଆଜି ସକାଳେ କଟକ ରେଲୱେ ଷ୍ଟେସନ୍‌ଠାରେ ଏକାଠି ହୋଇଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହ ଶହ ଚାଷୀ। ଏଠାରୁ ଏକ ବିରାଟ ଶୋଭାଯାତ୍ରା ରାଜଧାନୀ ଅଭିମୁଖେ ଆରମ୍ଭ ହୋଇଛି। ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ ହଜାର ଟଙ୍କା ଲେଖାଏଁ ସୁରକ୍ଷା ଭତ୍ତା, ଚାଷୀ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରି ଆତ୍ମହତ୍ୟା […]

chasi-rally

Rakesh Mallick
  • Published: Wednesday, 17 February 2016
  • , Updated: 18 February 2016, 02:40 AM IST

କଟକ: ଚାଷୀଙ୍କୁ ପ୍ରେଷ୍ଟିଜ୍, ପ୍ରାଇସ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ବୁଧବାରଠାରୁ ଆନ୍ଦୋଳନ ଆରମ୍ଭ କରିଛି। ଆଜି ସକାଳେ କଟକ ରେଲୱେ ଷ୍ଟେସନ୍‌ଠାରେ ଏକାଠି ହୋଇଥିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହ ଶହ ଚାଷୀ। ଏଠାରୁ ଏକ ବିରାଟ ଶୋଭାଯାତ୍ରା ରାଜଧାନୀ ଅଭିମୁଖେ ଆରମ୍ଭ ହୋଇଛି। ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ ହଜାର ଟଙ୍କା ଲେଖାଏଁ ସୁରକ୍ଷା ଭତ୍ତା, ଚାଷୀ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରି ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା, ଚାଷୀଙ୍କୁ ସେମାନଙ୍କ ଉଚିତ୍ ମୂଲ୍ୟ ପ୍ରଦାନ ଆଦି ଦାବି ନେଇ ଚାଷୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛି।

ଆନ୍ଦୋଳନକାରୀ ଚାଷୀମାନେ ଆଜି ହଂସପାଳଠାରେ ରାତ୍ରି ଯାପନ କରିଛନ୍ତି। ଆସନ୍ତାକାଲି ଶୋଭାଯାତ୍ରାରେ ଲୋୟର ପିଏମ୍‌ଜିଠାରେ ପହଞ୍ଚିବା ପରେ ଏକ ବିଶାଳ ଚାଷୀ ସମାବେଶ କରାଯିବ। ସେହିପରି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଥିବା ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି।

Related story