ନରମିଲା ନବନିର୍ମାଣ କୃଷକ ସଂଗଠନ

Ordigital Desk
  • Published: Tuesday, 20 March 2018
  • , Updated: 20 March 2018, 10:39 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଆସନ୍ତାକାଲି ବିଧାନସଭା ଘେରିବାକୁ ଚେତାବନୀ ଦେଇଥିବା ନବନିର୍ମାଣ କୃଷକ ସଂଗଠନ ସାମାନ୍ୟ ନରମିଛି। ଚାଷୀ ସୁରକ୍ଷା ନେଇ ଚଳିତ ବଜେଟ୍ ଅଧିବେଶନରେ ବ୍ୟବସ୍ଥା ରଖିବେ ବୋଲି ମୁଖ୍ୟମନ୍ତ୍ରୀ କାଲି ଦିନ ୧୨ଟା ସୁଦ୍ଧା ଘୋଷଣା ନକଲେ ବିଧାନସଭା ଘେରାଉ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଆଜି ଅନଶନ ସ୍ଥଳରେ ଆନ୍ଦୋଳନକାରୀଙ୍କୁ ବିଜେଡିର ୫ଜଣିଆ ବିଧାୟକ ଦଳ ଭେଟିବା ପରେ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଟିମ୍&zwnj;ରେ ଅରୁଣ ସାହୁ, ସମୀର ଦାଶ, ରବିନାରାୟଣ ମହାପାତ୍ର, ପ୍ରଶାନ୍ତ ଜଗଦେବ ଓ ବ୍ୟୋମକେଶ ରାୟ ପ୍ରମୁଖ ଥିଲେ। ଗତ ୯ ଦିନ ହେଲା ମହାତ୍ମାଗାନ୍ଧୀ ମାର୍ଗରେ ଅନଶନ ଜାରି ରଖିଛି ନବନିର୍ମାଣ କୃଷକ ସଂଗଠନ।</p>

Related story