ପୁରୀ: ନବକଳେବର ପାଇଁ ନିର୍ମିତ ପୁରୀର ଏକ ରାସ୍ତା ଦବିଯିବା ପରେ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ନବକଳେବର ଓଏସଡିଓ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ପୂର୍ତ୍ତ ଓ ସ୍ୱରେଜ ବିଭାଗର ମୁଖ୍ୟଯନ୍ତ୍ରୀ ଗତକାଲି ଘଟଣାସ୍ଥଳକୁ ଯାଇ ରାସ୍ତାର ଯାଞ୍ଚ କରିଛନ୍ତି। ଏକ ବିଶେଷଜ୍ଞ ଟିମ୍ ଦ୍ୱାରା ଏହାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ରବିବାର ପୁରୀ ସହରକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାର ଜେଲ୍ ରୋଡ୍ ନିକଟରେ ଏକ ଡମ୍ଫର ଧସିଯାଇ ଏକ ବଡ଼ ଗାତ ସୃଷ୍ଟି ହୋଇଥିଲା। ଏହାପରେ ନିମ୍ନ ମାନର କାମ ଅଭିଯୋଗରେ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା।