ନବକଳେବର ସମୀକ୍ଷା ବୈଠକ: ଫାଷ୍ଟଏଡ, ଆମ୍ବୁଲାନ୍ସ, ପାନୀୟଜଳ, ପରିମଳ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା ନବକଳେବର ସମୀକ୍ଷା ବୈଠକରେ ଫାଷ୍ଟଏଡ, ଆମ୍ବୁଲାନ୍ସ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ସମୀକ୍ଷା ବୈଠକ ଶେଷ ପରେ ଉନ୍ନୟନ କମିଶନର ସୂଚନା ଦେଇ କହିଛନ୍ତି ଯେ, ଶ୍ରୀଜିଉଙ୍କ ନବକଳେବର ଓ ରଥଯାତ୍ରା ସମୟରେ ବଡଦାଣ୍ଡରେ ୩୦ଟି ଆମ୍ବୁଲାନ୍ସ ଓ ୩୦ ଫାଷ୍ଟଏଡ ରହିବ । ଏହାସହ ବଡଦାଣ୍ଡ ବାହାରେ ପୁରୀ ସହର ମଧ୍ୟରେ ୫୦ଟି ଫାଷ୍ଟଏଡ ଓ ୨୫ ଆମ୍ବୁଲାନ୍ସ ରହିବ […]

navin

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 08:21 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା ନବକଳେବର ସମୀକ୍ଷା ବୈଠକରେ ଫାଷ୍ଟଏଡ, ଆମ୍ବୁଲାନ୍ସ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ସମୀକ୍ଷା ବୈଠକ ଶେଷ ପରେ ଉନ୍ନୟନ କମିଶନର ସୂଚନା ଦେଇ କହିଛନ୍ତି ଯେ, ଶ୍ରୀଜିଉଙ୍କ ନବକଳେବର ଓ ରଥଯାତ୍ରା ସମୟରେ ବଡଦାଣ୍ଡରେ ୩୦ଟି ଆମ୍ବୁଲାନ୍ସ ଓ ୩୦ ଫାଷ୍ଟଏଡ ରହିବ । ଏହାସହ ବଡଦାଣ୍ଡ ବାହାରେ ପୁରୀ ସହର ମଧ୍ୟରେ ୫୦ଟି ଫାଷ୍ଟଏଡ ଓ ୨୫ ଆମ୍ବୁଲାନ୍ସ ରହିବ । ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ପୁରୀ ସହରରେ ୨୨୪ଜଣ ଡାକ୍ତରଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ଦିଆଯାଇଛି । ଏହି ଡାକ୍ତରମାନଙ୍କ ମଧ୍ୟରୁ ୯୧ ଜଣ ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚି ସାରିଥିବା ଉନ୍ନୟନ କମିଶନର କହିଛନ୍ତି । ସେବା ଯୋଗାଇବାକୁ ସହର ମଧ୍ୟରେ ୨୦୦୦ ସ୍ୱେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି । ଜୁଲାଇ ୨୯ ତାରିଖରୁ ବିଭିନ୍ନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ । ସେହିପରି ଆସନ୍ତା ୮ତାରିଖ ସୁଦ୍ଧା ସହରରେ ବାକି ଥିବା ଡ୍ରେନେଜ କାମ ଶେଷ ହୋଇଯିବ ବୋଲି ସେ କହିଛନ୍ତି । ଯାତ୍ରୀଙ୍କ ସୁବିଧା ଲାଗି ସହର ମଧ୍ୟରେ ୨୯୨୫ଟି ପାଇଖାନା ବ୍ୟବସ୍ଥା କରାଯାଇଛି । ଜରୁରୀ ସେବା ପାଇଁ ପାଳନ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

Related story